ସ୍ୱର୍ଗତା ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ସଂଘର ଶ୍ରଦ୍ଧାଞ୍ଜଳି

ସିନାପାଲି:୦୯/୦୩ (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି କେଂଦ୍ର ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତା ଶିକ୍ଷୟିତ୍ରୀ ପ୍ରେମଶିଳା ମାଝୀଙ୍କ ଅକାଳ ବିୟୋଗରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ଗଭୀର ଦୁଃଖ ପ୍ରକାଶ କରିଛି । ସ୍ୱର୍ଗତା ମାଝୀଙ୍କ ଆଜି ଦଶାହ ଉପଲକ୍ଷେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସ୍ୱାନ୍ତନା ଦେବା ସହ କିଛି ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି । ଏଥିସହ ସଂଘ ତରଫରୁ ନୀରବ ପ୍ରାର୍ଥନା ମାଧ୍ଯମରେ ସ୍ୱର୍ଗତା ଆତ୍ମାର ସଦଗତି କାମନା କରାଯାଇଛି । ଏ ଅବସରରେ ସଂଘର ସଭାପତି ପ୍ରସନ୍ନ ମାଝୀ, ସଂପାଦକ ବାଲାଜୀ ହରିଜନ, ବରିଷ୍ଠ ଶିକ୍ଷକ ହୄଦାନନ୍ଦ ମାଝୀ, କୁମୁଦବନ୍ଧୁ ଯୋଷୀ, ଜୟାନନ୍ଦ ମେହେର, ବୈଷ୍ଣବ ମେହେର, ପ୍ରକାଶ ମେହେର, ହୄଦାନନ୍ଦ ମେହେର, ମହେଂଦ୍ର ବାଗ, ଲୋଚନ ମେହେର, ରାଧେଶ୍ଯାମ ସୁନାନୀ, ଝରଣା ସାଗର ଦୁରିଆ, ବେଳମତି ଧରୁଆ, ସନ୍ତୋଷିନୀ ମେହେର, ସଞ୍ଜୁ ମାଝୀ, ଉମା ତୁମୁନିଆ, ଗୌତମ ମେହେର, ଉଜ୍ଜଳ ସିଂହ ଶୋରୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post