ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ଗୋର୍ଲା ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଗଙ୍ଗା ରାମ ବାଗଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ,ଉଦୟ ସିଂ ମାଝୀ ଜିଲ୍ଲା ଶିକ୍ଷା ନିରକ୍ଷକ,ନୂଆପଡ଼ା ଓ କଳାହାଣ୍ଡି,ମୁଖ୍ୟ ବକ୍ତା ଭାବରେ ଯତୀନ୍ଦ୍ର କୁମାର ସେଠ୍ ଗୋଷ୍ଠି ଶିକ୍ଷା ଅଧିକାରୀ ସିନାପାଲି ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ରୂପେ ସୁନିଲ କୁମାର ସାମଲ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିନାପାଲି,ପ୍ରଭାତ କୁମାର ପାତ୍ର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ଦେବାନନ୍ଦ ବାଗ,ସିଆରସିସି ପତିଆଲ ପଡ଼ା କ୍ଲଷ୍ଟର୍,ଦମୟନ୍ତୀ ଦଣ୍ଡସେନା, ରୁଦ୍ରମାଧବ ସା ପ୍ରଧାନ ଶିକ୍ଷକ ବୈଜଲ ଗଡ ଉଚ୍ଚ ବିଦ୍ୟାଳୟ ଗୋର୍ଲା,ଝରା ମଣି ପାନ,ପ୍ରଧାନ ସେବିକା ପଳସଦା ସେବାଶ୍ରମ,ଶ୍ରୀଯୁକ୍ତ,ଯୋଗିନ୍ଦ୍ର ନାଗ ସଭାପତି ସ୍କୁଲ୍ ପରିଚାଳନ କମିଟି,ପ୍ରମୁଖ ମଞ୍ଚଷିନ ଥିଲେ। ସର୍ବ ପ୍ରଥମେ ମା ବୀଣାପାଣିଙ୍କ ପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ଯ ଅନୁଷ୍ଟିତ ହୋଇଥିଲା। ପ୍ରଧାନ ସେବକ ଗଙ୍ଗା ରାମ ବାଗ ବାର୍ଷିକ ବିବରଣୀ ପଠନ କରିଥିଲେ। ବାର୍ଷିକ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୁନି କୁନି ବାଳକ ବାଳିକା ମାନଙ୍କ ଶିକ୍ଷାର ଉନ୍ନତି ହେବା ସଙ୍ଗେ ସଙ୍ଗେ ଶାରୀରିକ ଓ ମାନସିକ ଦକ୍ଷତା ଦିଗରେ ସହାୟ ହେବା ସହ ସୁସ୍ଥ ଶରୀର ଗଠନ ହେବାରେ ସହଯୋଗ କରିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା ସହ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଲୁକାୟତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଳି ଅତିଥି ମାନେ ତାଙ୍କ ମତ ପ୍ରକାଶ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଲକ୍ଷ୍ମୀ କାନ୍ତ ମାଝୀ,ଭୀଷ୍ମ ରାଜ ମେହେର ଧନ୍ୟ ବାଦ ଅର୍ପଣ କରିଥିଲେ। ଏବଂ ବିଦ୍ୟାଳୟ ଶିକ୍ଷକ ଦିଲୀପ କୁମାର ପୁରୋହିତ,ପିତାମ୍ବର ମେହେର,ସନ୍ଧ୍ୟାରାଣି ଘିଭେଲା,ମେଟ୍ରେନ ପ୍ରମୁଖ ଉପସ୍ଥିତ ଥିଲେ।
ଗୋର୍ଲା ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment