କୋମନା ଠାରେ ମହିଲା ସମାବେସ


କୋମନା:(ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନାସ୍ଥିତ କଲ୍ୟାଣ ମଣ୍ଡପରେ ମହିଳାସମାବେଶ ଅନୁଷ୍ଠିତ ହୋଇଯାଇଛି ।ସମାବେଶରେ ମନ୍ତ୍ରୀ ରାଜେନ୍ଦ୍ରଢୋଲକିଆ ମୁଖ୍ୟ ଅତିଥି ଭାବେଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କଦ୍ବାରା ଗ୍ରହଣ କରାଯାଇଥିବା ଯୋଜନାର  ସଫଳତା ନେଇ  ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଜିଲାପରିଷଦ ସଦସ୍ୟ ଅବନୀ ଯୋଷୀ, ମୂରଲୀଧର ଭୋଇ,ପୂର୍ବତନ ଜିଲା ପରିଷଦ ଅଧ୍ଯକ୍ଷା ନମିତା ପ୍ରଧାନ, ସମିତି ସଭ୍ୟା ରଶ୍ମିତଗଡତିଆ, ବିଜେଡି ବ୍ଲକ ସଭାପତ କାଳିଆ ପ୍ରଧାନ, ଉପସଭାପତି ସଞ୍ଜୟପ୍ରଧାନ, ଛାତ୍ରନେତା ହରିଶ ଅହୀର,ମୂରଲୀ ପାଢ଼ୀ, ହରିକେଶ ଜାଲ,ବୀରେନ୍ଦ୍ର ପ୍ରଧାନ, ଜୟ ଢୋଲକିଆ ପ୍ରମୁଖ ସମ୍ମାନିତଅତିଥି ଭାବେ ମଞ୍ଚାସୀନ ଥିଲେ ।

Post a Comment

Previous Post Next Post