ଡକ୍ଟର ସନ୍ତୋଷ କୁମାର ରାଉତଙ୍କୁ ଶ୍ରେଷ୍ଠ ଜିଲ୍ଲା ସଂଯୋଜକ ସମ୍ମାନ


ବାଲେଶ୍ୱର,୧୦/୩ (ଲକ୍ଷ୍ମୀଧର ବାରିକ): ବିଶ୍ଵ ମହିଳା ଦିବସ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ରାଉତଙ୍କୁ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର  ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ରଣା,ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଘୋଷ,ଫକୀର ମୋହନ ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ଡକ୍ଟର ସୁବାଷ ଚନ୍ଦ୍ର ପାତ୍ର ଓ ସଭାପତି ଡକ୍ଟର ପ୍ରଭାତ ଚନ୍ଦ୍ର ଚୌଧୁରୀ  ଏକ ସ୍ଵତନ୍ତ୍ର ସମାବେଶରେ ମହାବିଦ୍ୟାଳୟର ଭିଜନ ଅଫ କନଫରେନ୍ସ ହଲରେ ଶ୍ରେଷ୍ଠ ଜିଲ୍ଲା ସଂଯୋଜକ ଭାବେ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି।ବାଲେଶ୍ୱର ଜିଲ୍ଲାରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୧୭ ମସିହାରୁ ଆଜି ପ୍ରଯ୍ୟନ୍ତ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟ କରି ପ୍ରତ୍ୟେକ କନିଷ୍ଠ ମହାବିଦ୍ୟାଳୟରେ  ଏହାକୁ ଅଧିକ କ୍ରିୟାଶୀଳ ଓ ସମ୍ପ୍ରସାରିତ କରିବା ସହିତ ରାଜ୍ୟସ୍ତରରେ ଏହାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି। ବାଲେଶ୍ୱର ଜିଲ୍ଲାର ଅନେକ ମାଷ୍ଟର ଟ୍ରେନର, ପ୍ରଶିକ୍ଷିକା, ସଂଯୋଜକ ଓ ଅଧକ୍ଷ ମାନେ ରାଜ୍ୟସ୍ତରରେ ତାଙ୍କ ଉଦ୍ୟମ ଓ ପ୍ରେରଣା ଯୋଗୁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଓ ଲକ୍ଷାଧିକ ଛାତ୍ରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିଛନ୍ତି।ଅନେକ ଛାତ୍ରୀ ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲ ରୁ ତାଲିମ ନେଇ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି।

Post a Comment

Previous Post Next Post