ନୁଆପଡ଼ା:- (ବିରବଲ ପ୍ରଧାନ) ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦଳିୟ କର୍ମୀ । ଶନିବାର ସଦର ନୂଆପଡା ଜିଲ୍ଲା ରେ ମନ୍ତ୍ରୀ ଢୋଲକିଆ ଙ୍କ ନାଁରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନେତୃତ୍ୱରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଥିବା ବେଲେ ଶ୍ରୀଯୁକ୍ତ ଢୋଲକିଆ ପ୍ରତ୍ୟେକ କାମରେ ପିସି ନେଉଥିବା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଟଙ୍କା ଖାଉଥିବା, ଜିଲ୍ଲା ପରିଷଦ ନିର୍ବାଚନରେ ଟିକେଟ ବିକ୍ରି କରିବା ଆଦି ଅଭିଯୋଗ ଅଣା ଯାଇଛି। ମାନ୍ୟବର ନବୀନ ପଟନାୟକ ଯଦି ତାଙ୍କର ସ୍ବଚ୍ଛ ଭାବମୂର୍ତ୍ତି ବଞ୍ଚେଇବା ପାଇଁ ଚାହୁଁଛନ୍ତି ତାହେଲେ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପ୍ରାର୍ଥୀ କରନ୍ତୁ ନାହିଁ ବୋଲି କହିଥିଲେ । ଯଦି କରିବେ ତାହେଲେ ନୂଆପଡା ଜିଲ୍ଲାର କୌଣସି ବିଜୁ ପରିବାର ସମର୍ଥନ କରିବେ ନାହିଁ । ଢୋଲକିଆ ଙ୍କୁ ଛାଡି ଅନ୍ୟ ଯେକୌଣସି ଲୋକଙ୍କୁ ପ୍ରାର୍ଥୀ କରନ୍ତି ତାହେଲେ ସମ୍ପୂର୍ଣ ସମର୍ଥନ କରାଯିବ ବୋଲି ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ଭାନୁପ୍ରତାପ ମାଝୀ, ହେମନୁ କର,ରାଜ୍ୟ ସମ୍ପାଦକ ସରୋଜ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀ, ନୂଆପଡା ସରପଞ୍ଚ ସଂଘ ସଭାପତି ପ୍ରେମଲାଲ ନାଏକ, ସରପଞ୍ଚ ବିରାଟ ବାଗ, ସରପଞ୍ଚ ଟିକେରାମ ସାହୁ, ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦଳିୟ କର୍ମୀ
ଆଜତକ ଓଡ଼ିଶା
0
Post a Comment