ଜାନକୀ ପାଣିଗ୍ରାହୀଙ୍କ ଦୁଇଟି ପୁସ୍ତକ ଗଳ୍ପ ସଙ୍କଳନ : ପ୍ରତୀକ୍ଷା ଏବଂ କବିତା ସଙ୍କଳନ ସୁମନ ଲୋକାର୍ପଣ


କୋରାପୁଟ/ଜୟପୁର :(ଆଜତକ୍ ଓଡ଼ିଶା) ଜାନକୀ ପାଣିଗ୍ରାହୀଙ୍କ ଦୁଇଟି ପୁସ୍ତକ ଗଳ୍ପ ସଙ୍କଳନ 'ପ୍ରତୀକ୍ଷା' ଏବଂ କବିତା ସଙ୍କଳନ ' ସୁମନ ' ର ଲୋକାର୍ପଣ ଜୟପୁର ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରେ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯଜ୍ଞେଶ୍ଵର ପଣ୍ଡା, ଅତିଥି ଆମନ୍ତ୍ରଣ ଏବଂ ପରିଚୟ ପ୍ରଦାନ କରିଥିଲେ କବିତା ମଞ୍ଜରୀ ପଲେଇ । ପ୍ରଦୀପ ପ୍ରଜ୍ବଳନ ପରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଆଦର୍ଶ ଅଭିଳାଷ ପଲେଇ,ପ୍ରିୟଦର୍ଶିନୀ ମହାପାତ୍ର ଏବଂ ଜୟଶ୍ରୀ ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଜାନକୀ ପାଣିଗ୍ରାହି ପୁସ୍ତକ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ ସଭାପତିତ୍ବ ଶ୍ରୀନାଥ ମିଶ୍ର କରିଥିଲେ ।ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଅତିଥି ଭାବେ ନଳିନୀ ରଞ୍ଜନ ମିଶ୍ର,ଚନ୍ଦ୍ରକାନ୍ତ ବିଶ୍ଵାଳ, ଉଦୟଶଙ୍କର ଜାନି, ପ୍ରକାଶ ଦାଶ ଏବଂ ବିଜୟ ଲକ୍ଷ୍ମୀ ପାଣିଗ୍ରାହି ଉପସ୍ଥିତ ଥିଲେ। ହରିହର କରସୁଧା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅଧିବେଶନ ଶେଷରେ ବୈରାଗୀ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ୱିତୀୟ ଅଧିବେଶନରେ ସଭାପତି ଥିଲେ ହରିହର କରସୁଧା ପଟ୍ଟନାୟକ ।ଅତିଥି ଆମନ୍ତ୍ରଣ ଏବଂ ପରିଚୟ ପ୍ରଦାନ କରିଥିଲେ ଜାହ୍ନବୀ ପଣ୍ଡା।ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଡ.ସୁରେଶ ଦାଶ, ଡ. ମନୋରଞ୍ଜନ ପ୍ରଧାନ।
 ସମୀକ୍ଷକଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ଅଶୋକ ମହାରଣା ଏବଂ ରୂପ ଚନ୍ଦ୍ର ସୋରେନ, ଡ. ମନୋରଂଜନ ପ୍ରଧାନ। ଝୁନୁ ପଣ୍ଡା,ସନ୍ତୋଷ କୁମାର ସାହୁ,ସନ୍ଧ୍ୟା ସାହୁ,କବିତା ସାହୁ,ମମତା ମହାପାତ୍ର,ତପନ କିରଣ ତ୍ରିପାଠୀ,କୃଷ୍ଣ ଚନ୍ଦ୍ର ହୋତା,ନୃସିଂହ ପ୍ରସାଦ ଷଡ଼ଙ୍ଗୀ , ମଧୁସୂଦନ ମିଶ୍ର,ଶୋଭାଗିନି ନନ୍ଦ,ସରସ୍ଵତୀ ସାହୁ,ମମତା ମହାପାତ୍ର କବିତା ପାଠ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅବିନାଶ ସନ୍ତ୍ରାପାତ୍ର ।ଜୟନ୍ତୀ ସାହୁ,ବାସନ୍ତୀ ମିଶ୍ର,ଉଷା ରାଣୀ ମହାପାତ୍ର , ଦୁଲାରୀ ଭଞ୍ଜ,କନକଲତା ରଥ,ସରସ୍ଵତୀ ମହାପାତ୍ର,ପ୍ରକାଶ ମହାନନ୍ଦିଆ,ନରସିଂହ ପାଣିଗ୍ରାହି,ଅନୁସୁୟା ସାମନ୍ତରାୟ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଳକୁ ପରିଚାଳନା କରିଥିଲେ ଅଶୋକ କୁମାର ପଲେଇ।

Post a Comment

Previous Post Next Post