ନୁଆପଡ଼ା (ବିରବଲ ପ୍ରଧାନ) ବର୍ତ୍ତମାନ ସୁଦ୍ଧା ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ କିଏ ହେବ, ତାହା ଅସ୍ପଷ୍ଟ ରହିଛି। ଆଶାୟୀ ଦୌଡ଼ରେ ବହୁ ବିଜେପି ନେତା ରହିଛନ୍ତି। ସେମାନେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମର୍ଥନକୁ ଅପେକ୍ଷା କରିଛନ୍ତି। ଫଳରେ ବିଜେପି ଟିକଟ ପାଇଁ ନେତାଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିଲେ ହେଁ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ ହେବାକୁ ସଙ୍କେତ ଦେଇଛନ୍ତି । ହେଲେ ବିଜେପିରୁ କିଏ ବିଧାୟକ ପ୍ରାର୍ଥୀହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ବିଜେପିରୁ ଲୋକସଭା ଟିକଟ କଟି ଯାଇଛି। ସେ କଳାହାଣ୍ଡି ସାଂସଦ ଓ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଦାୟିତ୍ଵ ତୁଲାଇବା ସହ ନୂଆପଡ଼ାରୁ ଦୁଇଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଏବେ ବିଜେପିରୁ ବସନ୍ତଙ୍କୁ ପ୍ରାର୍ଥୀ ହେବାକୁ ହାଇକମାଣ୍ଡ ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି। ହେଲେ ସେ ପ୍ରାର୍ଥୀ ହେବେ କି ଅନ୍ୟ କାହାରି ନାଁ ସୁପାରିସ କରିବେ, ତାହା ସ୍ପଷ୍ଟ ହୋଇନାହିଁ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ ଏବଂ ଖରିଆରରୋଡ଼ ଏନଏସି ଅଧ୍ଯକ୍ଷା ସୋନିଆ ଜୈନ ଆଶାୟୀ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ପ୍ରସନ୍ନ ଦୁଇଦଶକ ଧରି ଜିଲ୍ଲାରେ ବିଜେଡିର ମଙ୍ଗଧରି ଦଳକୁ ସଂଗଠିତ ଓ ସୁଦୃଢ କରିଥିଲେ। ତେବେ ସେ ୫ ବର୍ଷ ତଳେ ସେ ବିଜେପିରେ ସାମିଲ ହୋଇ ଦଳକୁ ସଂଗଠିତ କରିଛନ୍ତି। ସେ ପ୍ରାର୍ଥୀ ହେଲେ ବହୁ ବିଜେଡି ନେତାଙ୍କ ଭିତିରି ସମର୍ଥନ ରହିବ ବୋଲି ଚର୍ଚ୍ଚା ହେଉଛି। ସେହିପରି ଅନ୍ୟତମ ଆଶାୟୀ ପ୍ରାର୍ଥୀ ଯଦୁମଣି ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ଗଠନକରି ଚାଷୀ ଓ ଶ୍ରମିକଙ୍କ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି। ଗତ ସାଧାରଣ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ହୋଇ ସେ ୧୬ ହଜାର ୫୩୫ ଖଣ୍ଡ ଭୋଟ ପାଇଥିଲେ। ଏଥର ଆଶାୟୀ ତାଲିକାରେ ରହି ଜୋରଦାର ଲବି ଚଳାଇଛନ୍ତି। ଫଳରେ ପ୍ରସନ୍ନ ଓ ଯଦୁମଣିଙ୍କ ମଧ୍ୟରେ ବଳକଷା ଜୋରଦାର ଚାଲିଛି। ଖରିଆରରୋଡ଼ ଏନଏସି ଅଧ୍ୟକ୍ଷା ସୋନିଆ ମଧ୍ଯ ଟିକଟ ପାଇଁ ରାଷ୍ଟ୍ରୀୟ ସ୍ତରରେ ଲବି କରୁଛନ୍ତି। ହେଲେ ବସନ୍ତଙ୍କ ବିନା ଆଶୀର୍ବାଦରେ ଟିକଟ ମିଳିବା କଷ୍ଟକର ବୋଲି ଚର୍ଚ୍ଚା ହେଉଛି। ତେଣୁ ତିନି ପ୍ରମୁଖ ଆଶାୟୀ ବସନ୍ତଙ୍କୁ ମନାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ବସନ୍ତଙ୍କ ପ୍ରିୟପାତ୍ର କିଏ ହେଉଛି ତାହା ସସପେନ୍ସ ରହିଛି।ଅନ୍ୟପକ୍ଷେ, ବସନ୍ତଙ୍କ ପୁଅ ଅଭିନନ୍ଦନ ପଣ୍ଡା ବି ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

Post a Comment