ନୁଆପଡ଼ା:- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗ୍ରାମରେ ସର୍ଟସର୍କିଟ ଯୋଗୁଁ ଘର ପୋଡ଼ି ଘରର ଯାବତୀୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ସକାଳ ୯ଟାରେ ଡଗ୍ରେଶ୍ବର ସରାଫଙ୍କ ଘରେ ବିଜୁଳି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ଏଥିରେ ଘରେ ଥିବା ନଗଦ ଏକ ଲକ୍ଷ ଟଙ୍କା, ଟିଭି, କୁଲର, ଘରର ସମସ୍ତ କାଗଜପତ୍ର, ଚାଉଳ ଆଦି ପୋଡ଼ି ନଷ୍ଟ ହୋଇଯାଇଛି। ଖଡ଼ିଆଳ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି। କୌଣସି କାମ ପାଇଁ ଗ୍ରୁପରୁ ଟଙ୍କା ଉଠାଇ ଥିବାବେଳେ ତାହା ପୋଡ଼ି ଯାଇଛି। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Post a Comment