ନୁଆପଡ଼ା : (ବିରବଲ ପ୍ରଧାନ) ନୂଆପଡା ସ୍ବାଭିମାନ ମଞ୍ଚ ପକ୍ଷରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଭିନ୍ନ ଦୁର୍ନୀତି ଓ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ କରି ମଙ୍ଗଳବାର ୧୦ ଘଣ୍ଟିଆ ନୂଆପଡା ବନ୍ଦ ପାଳନ କରାଯାଇଥିଲା। ବୁଧବାର ସିବିଆଇ ତଦନ୍ତ ପାଇଁ ଜିଲାପାଳ ଓ ଭିଜିଲାନ୍ସ ବିଭାଗକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନୂଆପଡା ସ୍ବାଭିମାନ ମଞ୍ଚ ଜିଲା ଆବାହକ ମନୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲାପାଳ ହେମକାନ୍ତ ସାଏଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ନୁଆପଡା ନିର୍ବାଚନମଣ୍ଡଳୀରେ ବିଜେଡିରେ କନ୍ଦଳ ଉଗ୍ର ରୂପ ଧାରଣ କରି ଦଳ ମଧ୍ୟରେ ଦୁଇ ଭାଗ ହୋଇ ଉଭୟ ଉଭୟଙ୍କୁ ଦୋଷ ଲଦାଲଦି ହେଉଛନ୍ତି। ଗୋଟିଏ ଦଳ ମନ୍ତ୍ରୀଙ୍କ ଉପରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଏମା ମାନେ ଜଣେ ଜଣେ ଆଶାୟୀ ପ୍ରାର୍ଥୀ, ଟିକେଟ ଲାଳସାରେ ରହିଥିଲେ। ଟିକେଟ ମନଇଛା ଦିଆଯାଏ ନାହିଁ । ପାର୍ଟିର ମୁଖ୍ୟମାନେ ଏକ କମିଟି ଗଠନ କରି ପ୍ରାର୍ଥୀ ଚୟନ କରି ଟିକେଟ ଦେଇଥାନ୍ତି। ଟିକେଟ ନ ମିଳିବା ନେଇ ମିଥ୍ୟା ଆରୋପ ଆଣିଛନ୍ତି ବୋଲି ମନ୍ତ୍ରୀ ଢୋଲକିଆ କହିଛନ୍ତି। ମନ୍ତ୍ରୀଙ୍କ ଦୁର୍ନୀତି ଉପରେ ସିବିଆଇ, କ୍ରାଇମବ୍ରାଞ୍ଚ, ଇଡି କିମ୍ବା ଭିଜିଲାନ୍ସ ଦ୍ବାରା ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ଏହାର ଶୀଘ୍ର ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନକୁ ବ୍ୟାପକ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବବୋଲି ଦାବୀ ପତ୍ର ପ୍ରଦାନ ସମୟରେ ବିଜେଡି ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ, ଜିଲା ଉପସଭାପତି ତଥା ଜିଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝି, ସାଧାରଣ ସମ୍ପାଦକ ସୁଧୀର ମିଶ୍ର, ହେମନ୍ତ କର, ବିଜୁ ଯୁବ ଜନତା ଜିଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ନଗର ସଭାପତି ମହେଶ ନିଆଲ, ସଦର ଯୁବ ସଭାପତି ଉମେଶ ସହିସ, ସରପଞ୍ଚ ସଂଘ ସଭାପତି ପ୍ରେମଲାଲ ନାଏକ, ନାରୀନେତ୍ରୀ ସରୋଜିନି ମାଝି, ବରିଷ୍ଠ ଆଇନଜୀବୀ ଅଶୋକ ଦେବାଙ୍ଗନ, ରଞ୍ଜିତ ସୁନା, ତୋଷ ରଞ୍ଜନ ସାହୁ, କହ୍ନେୟା ସାହୁ, କ୍ଷିରୋଦ ସୁନାନୀ, କ୍ଷିରୋଦ ପାଢୀ ପ୍ରମୁଖ ଓ ଶତାଧିକ କର୍ମକର୍ତା ଉପସ୍ଥିତ ଥିଲେ।

Post a Comment