କୋମନା (ବିରବଲ ପ୍ରଧାନ) ଆସୁଛି ସାଧାରଣ ନିର୍ବାଚନ, ତେଣୁ ଏବେ ଠାରୁ ନୂଆପଡାରେ ଦେଖାଦେଲାଣି ରାଜନୈତିକ ଉଷ୍ମତା । ଖାସ୍ କରି ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଏବେଠୁ ଲାଗିଲାଣି ନିର୍ବାଚନ ତାତି । 2024 ସାଧାରଣ ନିର୍ବାଚନରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇବେ ସମାଜସେବୀ ଭୁଜବଲ ଆଡ଼ବଙ୍ଗ। । ନିର୍ବାଚନ ଆଚରଣ ବିଧି ଉଲଂଘନ କରି ଲୋକଙ୍କୁ ମଦ ମାଂସ ଟଙ୍କାର ପ୍ରଲୋଭନ ଦେଖାଇ ନିର୍ବାଚନ ରଣକ୍ଷେତ୍ରରେ ନିର୍ବାଚନ ବିଜୟୀ ହେଉଛନ୍ତି ନେତା, ଯାହାଫଳରେ ଅସତ୍ୟ ଅଧର୍ମର ବିଜୟ ହେଉଛି। ପରବର୍ତ୍ତୀ ସମୟରେ ଅନୈତିକ କାମରେ ନିଜକୁ ସାମିଲ କରି ସରକାରୀ ଯୋଜନା ଅର୍ଥକୁ ଲୁଣ୍ଠନ କରି ନେତାଏ ବେଆଇନ କାମ କରି ଆସୁଛନ୍ତି । ଫଳରେ ସାଧାରଣ ଭୋଟର ସରକାରୀ ଯୋଜନାର ସୁଫଳ ପାଇବା ପରିବର୍ତ୍ତେ ଶୋଷଣର ଶିକାର ହେଉଛନ୍ତି। ଏହି ଅଞ୍ଚଳରେ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାଣି ଭଳି ମୌଳିକ ଅଧିକାର ଯୋଗାଇବାରେ ମୁ ସକ୍ଷମ ହେବି ବୋଲି ଦୃଢୋକ୍ତି ରଖିଛନ୍ତି। କେବଳ ଟଙ୍କା ରୋଜଗାର କରି ଅଧର୍ମ ଅସତ୍ୟ ପଥରେ ନିର୍ବାଚନ ବିଜୟୀ ହେଉଥିବା ନେତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିବା କହିଛନ୍ତି ଭୁଜବଳ ଆଡ଼ବଙ୍ଗ।ଏଭଳି ବିଚାର ଧାରାକୁ ପରିବର୍ତନ କରିବା ସମୟ ଆସିଯାଇଛି, ଯଦି ପରିବର୍ତନ ନ କଲେ ସୁସ୍ଥ ସମାଜ ରୁଗ୍ଣସମାଜ ରେ ପରିଣତ ହୋଇଯିବ ବୋଲି ସେ ମତ ଦେଇଛନ୍ତି। ମାଟି ର ସମ୍ମାନ ବଞ୍ଚାଇବାନେଇ ଜଣେ ଯୋଗ୍ଯ ସନ୍ତାନ ଭାବରେ ଆଗକୁ ଗୋଟିଏ ପାଦ ଆସି 2024 ସାଧାରଣ ନିର୍ବାଚନ ନୂଆପଡ଼ା ବିଧାୟକ ପ୍ରାର୍ଥୀ ରୂପେ ନିଜକୁ ଘୋଷଣା କରିଛନ୍ତି। ସେ କହିଛନ୍ତି "ନିର୍ବାଚନକୁ ସ୍ବଚ୍ଛ କରିବାକୁ ପଡିବ, ସେଥିପାଇଁ ସମସ୍ତଙ୍କସହଯୋଗ କାମନା କରୁଛି ।ନୁଆପଡ଼ାରେ ନିଶ୍ଚିନ୍ତ ଭାବେ ପରିବର୍ତ୍ତନ ଆସିବ।ସତ୍ୟ ଧର୍ମ ପଥେ ନିର୍ବାଚନ ମୈଦାନରେ ଅବତରଣକରି କଡ଼ାଟକ୍କର ଦେବି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜନତାଙ୍କ ବିଭିନ୍ନ ପ୍ରକାର ସମସ୍ୟାକୁ ସରକାରଙ୍କ ପାଖରେ ଉତ୍ଥାପନ କରି ତାର ସମାଧାନ କରି ଦେଖାଇ ଦେବି ଓ ଜନତାଙ୍କ ସଙ୍ଗେ ସର୍ବଦା ରହିବି ବୋଲି ସେ ମତ ରଖିଛନ୍ତି।

Post a Comment