ଖଡିଆଳରୁ ସ୍ବାଧୀନ ଭାବେ ଲଢିବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ


ନୂଆପଡା: (ବିରବଲ ପ୍ରଧାନ)ଆସୁଛି ସାଧାରଣ ନିର୍ବାଚନ, ତେଣୁ ଏବେ ଠାରୁ ନୂଆପଡାରେ ଦେଖାଦେଲାଣି ରାଜନୈତିକ ଉଷ୍ମତା । ଖାସ୍ କରି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଏବେଠୁ ଲାଗିଲାଣି ନିର୍ବାଚନ ତାତି । 2024 ସାଧାରଣ ନିର୍ବାଚନରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ରୂପେ ମ‌ଇଦାନକୁ ଓହ୍ଲାଇବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ। ଏ ନେଇ ଅଗ୍ରସେନ ଭବନରେ ଏକ ସଭା ଆୟୋଜନ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ଉଲଂଘନ କରି ଲୋକଙ୍କୁ ମଦ ମାଂସ ଟଙ୍କାର ପ୍ରଲୋଭନ ଦେଖାଇ ନିର୍ବାଚନ ରଣକ୍ଷେତ୍ରରେ ନିର୍ବାଚନ ବିଜୟୀ ହେଉଛନ୍ତି ନେତା, ଯାହାଫଳରେ ଅସତ୍ୟ ଅଧର୍ମର ବିଜୟ ହେଉଛି। ପରବର୍ତ୍ତୀ ସମୟରେ ଅନୈତିକ କାମରେ ନିଜକୁ ସାମିଲ କରି ସରକାରୀ ଯୋଜନା ଅର୍ଥକୁ ଲୁଣ୍ଠନ କରି ନେତାଏ ବେଆଇନ ସମ୍ପତ୍ତି ଠୁଳ କରି ଚାଲିଥିବା ଶ୍ରୀକାନ୍ତ ଚାଟାର୍ଜୀ ଅଭିଯୋଗ ଆଣିଛନ୍ତି । ଫଳରେ ସାଧାରଣ ଭୋଟର ସରକାରୀ ଯୋଜନାର ସୁଫଳ ପାଇବା ପରିବର୍ଭେ ଶୋଷଣର ଶିକାର ହେଉଛନ୍ତି। ପ୍ରବଳ ଟଙ୍କା ଖର୍ଚ କରି ବିଜୟୀ ହୋଇଥିବା ନେତା ଅଞ୍ଚଳରେ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାଣି ଭଳି ମୌଳିକ ଅଧିକାର ଯୋଗାଇବାରେ ମନ ବଳାଉ ନାହାନ୍ତି । କେବଳ ଟଙ୍କା ରୋଜଗାର କରି ଅଧର୍ମ ଅସତ୍ୟ ପଥରେ ନିର୍ବାଚନ ବିଜୟୀ ହେଉଥିବା ନେତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିବା କହିଛନ୍ତି ପୂର୍ବତନ କମିଶନର ଶ୍ରୀକାନ୍ତ ଚାଟାର୍ଜୀ।ଏଭଳି ବିଚାର ଧାରାକୁ ପରିବର୍ତନ କରିବା ସମୟ ଆସିଯାଇଛି, ଯଦି ପରିବର୍ତନ ନ କଲେ ସୁସ୍ଥ ସମାଜ ରୁଗ୍ଣସମାଜ ରେ ପରିଣତ ହୋଇଯିବ ବୋଲି ଖଡ଼ିଆଳ ଠାରେ ଏକ ବୁଦ୍ଧିଜୀବୀ ସଭାରେ ବୁଝାଇ ଜନମତ। ଲୋଡିଛନ୍ତି। ମାଟି ର ସମ୍ମାନ ବଞ୍ଚାଇବାନେଇ ଜଣେ ଯୋଗ୍ଯ ସନ୍ତାନ ଭାବରେ ଆଗକୁ ଗୋଟିଏ ପାଦ ଆସି 2024 ସାଧାରଣ ନିର୍ବାଚନ ଖଡ଼ିଆଳ ବିଧାୟକ ପ୍ରାର୍ଥୀ ରୂପେ ନିଜକୁ ଘୋଷଣା କରିଛନ୍ତି। ଶ୍ରୀକାନ୍ତ କହିଛନ୍ତି, "ନିର୍ବାଚନକୁ ସ୍ବଚ୍ଛ କରିବାକୁ ପଡିବ, ସେଥିପାଇଁ ସମସ୍ତଙ୍କସହଯୋଗ କାମନା କରୁଛି । ଖଡିଆଳରେ ନିଶ୍ଚିନ୍ତ ଭାବେ ପରିବର୍ତ୍ତନ ଆସିବ।ସତ୍ୟ ଧର୍ମ ପଥେ ନିର୍ବାଚନ ମୈଦାନରେ ଅବତରଣ କରି ବିରୋଧୀଙ୍କୁ କଡା ଟକ୍କର ଦେବେ ବୋଲି ଶ୍ରୀକାନ୍ତ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Post a Comment

Previous Post Next Post