ନୂଆପଡ଼ାରେ ପିସିସି ସଭାପତିଙ୍କ ପ୍ରତିଶ୍ରୁତି, '୧୦୦ ଦିନରେ ପୂରଣ ହେବ କଂଗ୍ରେସର ୧୦ ଗ୍ୟାରେଣ୍ଟି


ନୂଆପଡା : (ବିରବଲ ପ୍ରଧାନ)ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ ହୋଉଛି। ଆଜି (ଶନିବାର) ଦିନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ନୂଆପଡା ସ୍ଥିତ ନିଜ ବାସଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଜେପି ଓ ବିଜେଡି ସରକାରକୁ ବିରୋଧ ଗର୍ଜିଛି ଦଳ । 25ବର୍ଷ କ୍ଷମତାରେ ଥିବା ଭ୍ରଷ୍ଟାଚାର ସରକାରକୁ ମୂଳୋତ୍ପାଟନ କରିବା ଏବଂ କଂଗ୍ରେସ ବିପୁଳ ସଂଖ୍ୟାରେ ବିଜୟୀ ହୋଇ ରାଜ୍ୟରେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି । ଏହି ଅବସରରେ କଂଗ୍ରେସର 10 ଗୋଟି ଗ୍ୟାରେଣ୍ଟି କାର୍ଡ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ନୂଆପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେଶ ଆଜାଦ ପ୍ରମୁଖ ସାମିଲ ହୋଇଥିଲେ। କଂଗ୍ରେସର ୧୦ ଗ୍ୟାରେଣ୍ଟି ହେଉଛି
୧. ଗୃହଜ୍ୟୋତି ଯୋଜନାରେ ଘରୋଇ ବିଜୁଳି ଉପଭୋକ୍ତାମାନଙ୍କୁ ମାସିକ ୨୦୦ ୟୁନିଟ ବିଜୁଳି ଶୁଳ୍କ ଛାଡ଼। 
୨. ଯୁବ ବିକାଶ ଯୋଜନାରେ ଓଡ଼ିଶାର ୧୦ ଲକ୍ଷ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସ‌ହିତ ବେକାରୀ ଯୁବକଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା । 
୩. କୃଷକ ବନ୍ଧୁ ଯୋଜନାରେ ଧାନର କ୍ୟୁଇଣ୍ଟାଲ ପ୍ରତି MSP ୩୦୦୦ କରିବା ସହିତ କୃଷକ ପାଇଁ ମାସିକ ପେନସନ ୨୦୦୦ ଟଙ୍କା
୪. ଗୃହ ଲକ୍ଷ୍ମୀ ଯୋଜନାରେ ସ୍ୱୟଂସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ କରିବା ସହିତ ମହିଳାଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ଦିଆଯିବ ଏବଂ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ତର ପ୍ରଦାନ କରାଯିବ। 
୫. ଉଭୟ ମହିଳା ଓ ପୁରୁଷଙ୍କୁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବିମା, ୬. ବିଧବା ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତା ମାସକୁ ୨୦୦୦ ଟଙ୍କା। 
୭. ଚିଟଫଣ୍ତ ଜମାକାରୀ ଠକେଇରେ ଶିକାର ହିତାଧିକାରୀମାନଙ୍କୁ କଂଗ୍ରେସ ସରକାର ହେବାର ୬ ମାସ ମଧ୍ୟରେ ସୁଧ ସହିତ ମୂଳ ଜମାରାଶି ପ୍ରଦାନ।
୮. ଶିକ୍ଷା ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗ ଙ୍କ ପାଇଁ ୨୭ ଶତକଡା ସଂରକ୍ଷଣ ବ୍ୟବସ୍ଥା।
୯. ଆଦିବାସୀ ଓ ଦଳିତ ବର୍ଗର ଜଙ୍ଗଲ ଜମି ପଟା ଓ ଜମି ସୁରକ୍ଷା ଅଧିକାର ଦିଆଯିବ। 
୧୦. କଂଗ୍ରେସ ସରକାର ହେବାର ୧୦୦ ଦିନ ମଧ୍ୟରେ ପେଶା ଆଇନକୁ କଡାକଡି ଭାବେ ଲାଗୁ କରାଯିବ। 
ଏଭଳି ରାଜ୍ୟବାସୀଙ୍କୁ ୧୦ ଟି ଗ୍ୟାରେଣ୍ଟି ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଓଡ଼ିଶାବାସୀ ଆସନ୍ତା ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ କଂଗ୍ରେସକୁ ଭରସା କରି ସରକାରରେ ବସାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Post a Comment

Previous Post Next Post