ସୁନାବେଡ଼ା ସ୍ଵାସ୍ଥ୍ୟକେନ୍ଦ୍ରରେ ଜନସମ୍ବାଦକାର୍ଯ୍ୟକ୍ରମ ଅନୁଷ୍ଠିତ


କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଳା କୋମନା ବ୍ଲକ ଅଧୁନସ୍ଥ ସୁନାବେଡ଼ା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ କରୁଣା ଟ୍ରଷ୍ଟ ଆନୁକୂଲ୍ୟରେ ଶନିବାର ଏକ ଜନସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୁନାବେଡ଼ା ସରପଞ୍ଚ ରଜନି ଜଗତ ମୁଖ୍ୟ ଅତିଥି, ସୋସେଙ୍ଗ ସରପଞ୍ଚ ମେଘରାଜ ମାଝି, ସୁନାଦେଇ ମନ୍ଦିର ପୂଜକ  ବିଶ୍ରାମ ଛତ୍ରିଆ, ଗୁଡ଼ାରଜା ସଙ୍ଗଠନ ସଭାପତି ଭୂଜବଲ ମାଝି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସୁନାବେଡ଼ା ଭଳି ଉପାନ୍ତ ଅଞ୍ଚଳରେ ଥିବା ଡାକ୍ତରଖାନାକୁ ଦୂରଦୂରାନ୍ତରୁ ଆସି ଡାକ୍ତରମାନେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଉଚିତ ସମୟରେ ଲୋକେ ଚିକିତ୍ସା ହେବା ସହ ମାଗଣାରେ ଔଷଧ ମଧ୍ୟ ପାଇ ପାରୁଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆୟୁଷ ଡାକ୍ତର ସ୍ବସ୍ତିକ କୁମାର ପୁରୋହିତ ସଭା ପରିଚାଳନା କରିଥିଲେ। କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡା.ସୌମ୍ୟ ହିରଣ୍ୟମୟ ପଣ୍ଡା, ଡା.ସୁଧାକର ପ୍ରଧାନ, ଇପସିତା ହୋତା, ନିରୂପମା ଶବର ଯୋଗଦେଇ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁଥିବା ୧୨ଟି ସୁବିଧା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗାଁ କଲ୍ୟାଣ ସମିତି, ୱାର୍ଡ ମେମ୍ବର, ଆଶା କର୍ମୀ, ଅଙ୍ଗନୱାଡି ମହିଳା କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ ଆଦି ଉପସ୍ଥିତ ଥିଲେ। ଯୁବରାଜ ଛତ୍ରିଆ, କ୍ରିଷ୍ଣା ଛତ୍ରିଆ, ଚାନ୍ଦିନି ଛତ୍ରିଆ, ପିଙ୍କି ଭୋଇ, ଲକ୍ଷ୍ମୀଧର ଦାସ, ଲଲିତ ମାଝି, କୁନୁ ବାହକ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post