ଶିକ୍ଷାରେ ରାଜନୀତି,ଅନୁଦାନରୁ ବଞ୍ଚିତ ବେସରକାରୀ ଅଧ୍ୟାପକ ଓ ଅଧ୍ୟାପିକା,ସରକାର ନୀରବ


ନୁଆପଡ଼ା (ପରମେଶ୍ବର ମେହେର) ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା,ଅକ୍ଲାନ୍ତ ପରିଶ୍ରମ ସହିତ ୨୫୦ ଦିନର ଧାରଣାରେ ରାଜନୀତିର ରଙ୍ଗ ଲଗା ଯାଇଛି। ଯାହା ଫଳରେ ବେସରକାରୀ ଅଧ୍ୟାପକ ଓ ଅଧ୍ୟାପିକା ସରକାରୀ ଅନୁଦାନରୁ ବଞ୍ଚିତ ଅଛନ୍ତି। ଓଡ଼ିଶା ସରକାର ତଥା ୫ଟି ଅଧ୍ୟକ୍ଷଙ୍କୁ ବହୁବାର ଜଣାଇଥିଲେ ମଧ୍ୟ ଫଳ ଶୂନ ହୋଇ ରହିଛି.ନବୀନ ବାବୁ ଭାରତ ବର୍ଷର ୧ନଂ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ରାଜ୍ୟର ଅବସ୍ଥା ଏଭଳି ସ୍ଥିତିରେ ପହଞ୍ଚିଛି। ଆଗାମୀ ଭବିଷ୍ୟତ କଣ ହେବ ତାହା ଜଗତର ନାଥ ଜଗନ୍ନାଥଙ୍କୁ ହିଁ ଜଣା.ସରକାରଙ୍କୁ ଚେତେଇବା ପାଇଁ ଅଭିନବ ଉପାୟରେ ପ୍ରତିବାଦ କରି ଆସୁଥିଲେ ମଧ୍ୟ ରାଜ୍ୟରେ ରହିଥିବା ବେସରକାରୀ ଅନୁଦାନ (ଯୁକ୍ତ ୨ ଓ ୩) ମହା ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ସଂସ୍କୃତ ମହା ବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ବିକଳ ଚିତ୍ର ରାଜ୍ୟ ସରକାରଙ୍କୁ ଦେଖା ଯାଉ ନାହିଁ। ଯାହା ଫଳରେ ରବିବାର ସନ୍ଧ୍ୟାରେ ପେଟ୍ରୋଲ ଢ଼ାଳି ଆତ୍ମ ହୁତି କରିଥିବା ସହ ଆନ୍ଦୋଳନ କାରୀ ମାନେ ଆଜି ଶବ ହୋଇ ପଡିଛନ୍ତି। ଆନ୍ଦୋଳନରତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଆଜି ଧାରଣା ସ୍ଥଳରେ ବସି ରହିବା ସହ ହୋମ ଯଜ୍ଞ କହୁଛନ୍ତି। ଜଣେ ଅଧ୍ୟାପକ କୋକେଇରେ ଶବ ହୋଇ ଶୋଇଇଥିବା ବେଳେ ଆଜି ହୋମ ଯଜ୍ଞ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଏ ଭଳି ଦୃଶ୍ୟ ଅବଶ୍ୟ ଅନ୍ୟ ମାନଙ୍କ ପାଇଁ କିଛି ନ ହୋଇ ପାରେ ହେଲେ ଉକ୍ତ ଶିକ୍ଷକଙ୍କ ପରିବାରକୁ କେତେଯେ ବାଧୁ ଥିବ ତାହା ସେମାନଙ୍କୁ ଜଣା,ହେଲେ ଆଜକୁ ମାସ ମାସ ଧରି ଖରା,ବର୍ଷା, ଶୀତକୁ ସହ୍ୟ କରି ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। ରାଜ୍ୟ ସରକାର ଦିନକୁ ଦିନ ବୈଠକ କରି ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିବା ସହ ଅନେକ ବିଭାଗକୁ ଦରମା ବୃଦ୍ଧି,ନୁତନ ଚାକିରୀ ଏମିତି ଅନେକ କିଛି କରି ଆସୁଛନ୍ତି। ହେଲେ ଯିଏ ଆଜକୁ ୧୫ ବର୍ଷ ହେବ ସ୍ୱଳ୍ପ ଦରମାରେ ଭୋକ ଉପାସରେ ଏହି ସମଜାର ଶିକ୍ଷାର ବିକାଶ ପାଇଁ ନିଜକୁ ସମର୍ପିତ କରିଛନ୍ତି। ସେମାନଙ୍କ ପ୍ରତି ନ୍ୟାୟ ଦେବା ପାଇଁ ଅସମର୍ଥ ସରକାରଙ୍କ ସମସ୍ତ କାର୍ଯ୍ୟରେ ସହଯୋଗ କରିବା ଯଥା ଉତ୍ତମ ଶିକ୍ଷା ପ୍ରଦାନ,ପରୀକ୍ଷା ନିୟନ୍ତ୍ରଣ, ନିର୍ବାଚନ କାର୍ଯ୍ୟରେ ସହଯୋଗ,ନୂଆ ଓ କାର୍ଯକ୍ରମରେ ସହଯୋଗ ସହିତ ଛାତ୍ର ବୃତ୍ତି ଏମନ୍ତେ ସମସ୍ତ ସହଯୋଗ କରି ଆସୁଛନ୍ତି। ଆଗମୀ ନିର୍ବାଚନ ୨୦୨୪ ପାଇଁ ଅଧ୍ୟାପକ ଅଧ୍ୟାପିକାଙ୍କ ନାମରେ ପତ୍ର ଆସିଗଲାଣି ହେଲେ ସରକାର ଆନ୍ଦୋଳନକାରୀ ମାନଙ୍କ ମୁହଁରେ ହସ ଫୁଟାଇବା ପରିବର୍ତ୍ତେ ଦୁଃଖ ଦେଇ ଚାଲିଛନ୍ତି। ଆନ୍ଦୋଳନ କାରୀଙ୍କ ଅଭିଯୋଗ ଅନୁସାରେ ବେସରକାରୀ ଅନୁଦାନ (ଯୁକ୍ତ-୨ ଓ ୩ ) ମହା ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସଂସ୍କୃତ ମହା ବିଦ୍ୟାଳୟରେ ରହିଥିବା ପରିଚାଳାନା କମିଟି ଦ୍ବାରା ୨୦୧୩ ମସିହା ପୂର୍ବରୁ ଏହି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ନିଯୁକ୍ତି ପାଇଛନ୍ତି। ହେଲେ ସେମାନେ କୌଣସି ସରକାରୀ ଅନୁଦାନ ଆଜି ପର୍ଯ୍ୟନ୍ତ ପାଇ ନାହାଁନ୍ତି। ଦୀର୍ଘ ୧୫ ବର୍ଷ ଧରି ଶିକ୍ଷା ପ୍ରଦାନ କରି ଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ସରକାର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପ୍ରତି ଦୃଷ୍ଟି ଦେଇ ନାହାନ୍ତି। ଯାହା ଫଳରେ ଆଜି ଶହ ଶହ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଅହ ରାତ୍ରି ନିଜ ହକ ଅଧିକାର ପାଇଁ ଧାରଣାରେ ବସିବା ସହ ନିଜ ଉପରେ ପେଟ୍ରୋଲ ଢ଼ାଳି,ଶବ ହୋଇ ଆଜି ରାଜ ରାସ୍ତାରେ ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି। ସରକାର ୧୪,୬, ୨୦୨୩ ମସିହାରେ ଅନୁଦାନ ଲାଗି ଏକ ଚିଠି ପ୍ରଣୟନ କରିଥିଲେ। ସେହି ଆଧାରରେ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ସମସ୍ତ ତଥ୍ୟ ସରକାର ଗ୍ରହଣ କରିଥିଲେ। ହେଲେ ରାଜନୀତିର ଶିକ୍ଷା ଜାଲରେ ପଡ଼ି କେତେକ ଉଚ୍ଚ ପଦସ୍ଥ ଅଧିକାରୀ ଚଞ୍ଚକତା ସହିତ ୨୮,୬,୨୦୨୩ ଦିନ ଚିଠି ପ୍ରତ୍ୟା ହୃତ କରିଥିଲେ। ସେହି ଦିନ ଠାରୁ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ମାନେ ନିଜ ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇବା ବାଧ୍ୟ ସୋଇଥିଲେ। ଏକ ପକ୍ଷରେ ପରିବାର ଅନ୍ୟ ପକ୍ଷରେ କଲେଜ ସହ ଆର୍ଥିକ ଅନାଟନ ରୁ ବଞ୍ଚିବା ପାଇଁ ସଂଗ୍ରାମ ଜାରୀ ରଖଥିଲେ। ପ୍ରତିବାଦ ସ୍ବରୂପ ପେଟ୍ରୋଲ ଢ଼ାଳି ଆତ୍ମ ହୂତି ଉଦ୍ୟମ ଜିଅନ୍ତା ସବ ହୋଇ ପଡ଼ି ରହିବା ଉପାୟ ଅବଲମ୍ବନ କରିବା ପାଇଁ ବାଧ୍ୟ ସୋଇଥିଲେ। ସରକାରଙ୍କୁ ବହୁବାର ଅନୁରୋଧ କରିବା ପରେ ମଧ୍ୟ ସରକାର ଶିକ୍ଷାରେ ରାଜନୀତିର ଅଙ୍କ କସି ଚାଲିଛନ୍ତି। ସଙ୍ଘର ସଭାପତି ଡ଼ ଦେବ ବିଜୟ ମିଶ୍ର,ରବି କରଣ,ଦିବ୍ୟ କାନ୍ତ ତ୍ରିପାଠୀ,ଭରତ ଚରଣ ସାହୁ, ବିଭୁ ପ୍ରସାଦ ମିଶ୍ର,ଶକୁନ୍ତଳା ଭୁୟାଁ,ଦମୟନ୍ତୀ ଷଣ୍ଢ,ତପନ ତରେଇ,ସୂର୍ଯ୍ୟ ନାରାୟଣ ପଣ୍ଡା,ଚିତ୍ରସେନ ପଣ୍ଡା,ସତ୍ୟବାନ ପଣ୍ଡା ଗଣେଶ ଚନ୍ଦ୍ର ବାଗ ତେଣୁ ଏକ ମାତ୍ର ଦାବୀ ଅନୁଦାନ ପରିସର ଭୁକ୍ତ କରିବା ନ ହେଲେ ଆମ୍ବେ ଆନ୍ଦୋଳନରୁ ହଟିବୁ ନାହିଁ ବୋଳି ସଙ୍ଘର ସଭାପତି ଦୃଢ଼ ଉକ୍ତି ପ୍ରକାଶ କରିଛନ୍ତି। ଆଗମୀ ଦୁଇ ଦିନ ମଧ୍ୟରେ ଯଦି ସରକାର କୌଣସି ନିଷ୍ପତି ନ ନିଅନ୍ତି ତାହା ହେଲେ ଭବିଷ୍ୟତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥି ପାଇଁ ଓଡ଼ିଶା ସରକାର ପୂର୍ଣ୍ଣ ମାତ୍ରାରେ ଦାୟୀ ରହିବେ ବୋଳି ସଂଘ ତରଫରୁ ଚେତାବନୀ ଦେଇଛନ୍ତି। ଡ଼ ଦେବ ବିଜୟ ମିଶ୍ର ରାଜ୍ୟ ସଭାପତି ସରକାରଙ୍କ ସମସ୍ତ କାର୍ଯ୍ୟରେ ସହଯୋଗ କରୁଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଭବିଷ୍ୟତ ପ୍ରତି ନ ଖେଳିବାକୁ ଅନୁରୋଧ ସରକାର ନୂଆଁ ଅନୁଦାନ ନୀତି ପ୍ରଣୟନ କଲେ ଆଗାମୀ ଭବିଷ୍ୟତର ସୂତ୍ର ଧର ମାନେ କିଛି ଦିନ ଅନ୍ତତ ବଞ୍ଚି ଯିବେ ନଚେତ୍ ପରିବାର ସହିତ ଆତ୍ମ ହୁତୀ ସେବା ପାଇଁ ପଛାଇବେ ନାହିଁ। ଶ୍ରୀଯୁକ୍ତ ଭରତ ଚରଣ ସାହୁ ଜିଲ୍ଲା ସଭାପତି ରାଜ୍ୟ ରାଜନୀତିରେ ରଙ୍ଗ,ସମୟ ଚକ୍ରରେ ପଡ଼ି ଆମ ଏକମାତ୍ର ମୁଖ୍ୟମନ୍ତ୍ରୀ ନୀରବ ନୀରିହ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀଙ୍କ ୧୫ ବର୍ଷର ପରିଶ୍ରମ ବୃଥା ଆଗାମୀ ଭବିଷ୍ୟ କଣ ହେବ କିଏ ବା ଜାଣିଛି ସମସ୍ତଙ୍କର ଦୁଃଖ ଶୁଣିଥିବା ଲୋକ ଆମ ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କ ନଜର ପଡ଼ିଲେ ତିନି ହଜାର ଛଅ ସହ ପରିବାର ବଞ୍ଚି ଯିବ ନଚେତ୍ ଭେଲା ବୁଡ଼ି ଯିବ ଏକ ମାତ୍ର ଅନୁଦାନ ନୀତି ପ୍ରଣୟନ ଶୀଘ୍ର କଲେ ଆର୍ଥିକ ଅନାଟନରେ ପଡ଼ିଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମାଜ ପ୍ରତି ସମ୍ମାନ ରହିବା ସହିତ ଉତ୍ତମ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବେ।

Post a Comment

Previous Post Next Post