କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲା କୋମନା ବ୍ଲକ ଅଧୀନ ତରବୋଡ ଗାଁରେ ଆଜି ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତରବୋଡ ଥାନାପଡାର ବେଦବର ନାଗଙ୍କ ଘରେ ସଟସର୍କିଟ ଯୋଗୁଁ ରାତ୍ରି ପ୍ରାୟ ୯ଟାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇଛି । ବେଦ ଓ ତାଙ୍କ ସ୍ତ୍ରୀ ତୁଲେଦେଈ ୨ ପୁଅଝିଅ ସୁମିତ (୧୩) ଓ କୌସଲ୍ୟା (୧୧)ଙ୍କୁ ଖାଇବାକୁ ଦେଇ ଘର ପଛପଟେ ଇଟା ତିଆରି କରିବା ପାଇଁ ଯାଇଥିଲେ। ଦୁଇ ପିଲା ଖାଇ ସାରି ଘରେ ପଢୁ ଥିବା ସମୟରେ ହଠାତ ସଟସର୍କିଟ ହୋଇ ଘର ଜଳି ଯାଇଥିଲା।
ଦୁଇ ଶିଶୁ ଘରୁ ବାହାରି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ କୋମନା ଅଗ୍ନିଶମ ବିଭାଗ ପହଞ୍ଝବା ବେଳକୁ ଘର ଓ ସବୁ ଜିନିଷ ପତ୍ର ପୋଡି ଯାଇଥିଲା । ୨୫ ହଜାର ଟଙ୍କା ସହ ଫ୍ରିଜ, କୁଲର, ପଙ୍ଖା, ଦୋକାନ ସାମାନ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ସବୁ ପୋଡି ନଷ୍ଟ ହୋଇଯାଇଛି। ସେ କୁଲି ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି । ପୋଡି ଯାଇଥିବା ସାମାନର କ୍ଷୟକ୍ଷତ ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।
Post a Comment