ଖଡିଆଳ ବ୍ଲକ ନରସିଂପୁର ଗ୍ରାମ ନିକଟ କେନାଲ ନିକଟରେ ସଡ଼କ ଦୁର୍ଘଟଣା, ବାଇକ୍ ଚାଲକ କେନାଲ ତଳକୁ ପଡ଼ି ମୃତ୍ୟୁ


ନୂଆପଡା (ବିରବଲ  ପ୍ରଧାନ) ୧୫.୦୩. ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ନରସିଂପୁର ଗ୍ରାମ ନିକଟ ରେ ବାଇକ ଦୁର୍ଘଟଣା। କେନାଲ ନିକଟରେ ବାଇକ୍ ସଡ଼କ  ତଳକୁ ଖସି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ବାଇକ୍ ଚାଲକ କେନାଲ ତଳକୁ ପଡ଼ି ମୃତ୍ୟୁ ହୋଇଅଛି। ମୃତ୍ୟୁ ଯୁବକ ଜଣଙ୍କ ନରସିଂପୁର ଗ୍ରାମର ଅନନ୍ତ ନାଏକ ବୋଲି ଜଣାପଡିଛି। ସେ ଜଣେ ଧାନ ବ୍ୟବସାୟୀ ଅଟନ୍ତି । ସେ ତାଙ୍କ ବାଇକ୍ରେ ତିନି ବସ୍ତା ଧାନ ବୋଝେଇ କରି ତୁକଲା ମିଲ କୁ ବିକ୍ରି ପାଇଁ ଯାଉଥ‌ିବା ବେଳେ ଗ୍ରାମ ନିକଟ  କେନାଲ ତଳକୁ ଖସି ପଡ଼ିଥିଲେ। ତାଙ୍କ ଉପରେ ବାଇକ୍ ଚାପି ହୋଇଯାଇଥିଲା । କିଏ ମଧ୍ଯ ଦେଖିବାକୁ ପାଇନଥିଲେ । ପରେ ଦେଖି ତାଙ୍କୁ ଉଠାଇବାକୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳ କୁ ଖଡିଆଳ ପୋଲିସ ପହଞ୍ଚି ତଦନ୍ତ କରୁଅଛି।

Post a Comment

Previous Post Next Post