ଦାଦନ ଖଟିବାକୁ ଯାଇ ନାବାଲକ ମୃତ


ନୂଆପଡା : (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅଧିନ ମିଛାପାଲି ଗ୍ରାମପଞ୍ଚାୟତ ଖୋଲିଗାଁର ନାବାଳକ ଦେଲେଙ୍ଗାନାକୁ ଇଟା ତିଆରି କରିବାକୁ ଯାଇ ଦିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ମୃତ ନାବାଳକ ହେଲେ ଖୋଳିଗାଁ'ର ପର୍ଶୁରାମ ମାଝି (୧୭) ବୋଲି ଜଣା ପଡିଛି। ଗତ ଡିସେମ୍ବର ମାସରେ ବଲାଙ୍ଗିର ଜିଲ୍ଲା ଢୋଲମାନ୍ଦଲ ଗାଁର ଲେଵର ସର୍ଦ୍ଦାର ଚମ୍ପୁ ରାଉତଙ୍କ ସହ ମିଚ୍ଛାପାଲି ପଞ୍ଚାୟତ ଖୋଲି ଗାଁର ତହସିଲ ମାଝୀଙ୍କ ପରିବାର ଦେଲେଙ୍ଗାନା ରାଜ୍ୟ ନରେପେଟ ଜିଲ୍ଲା ମଳତାଇ ଗାଁର ରବି ଓ ଅରୁନଙ୍କ ଏସବିଏସ ଇଟାଭାଟିକୁ କାମ କରିବା ପାଇଁ ଯାଇଥିଲେ । ମଙ୍ଗଳବାର ରାତ୍ରି ପ୍ରାୟ ସାଢ଼େ ଆଠଟା ସମୟରେ ପାଣି ଚଳାଇବା ପାଇଁ ବୋରୱେଲ ପାଖକୁ ଯାଇ ଥିଲେ । ସେହି ସମୟରେ ଦିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ଇଟାଭାଟିରେ ଥିବା ଲୋକେ ଜାଣି ଉଦ୍ଧାର କରି ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମୃତ ଶରୀରଙ୍କୁ ବ୍ୟବଚ୍ଛେଦ ପରେ ନିଜ ଗାଁକୁ ଆଣିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଅସହାୟ ଗରିବ ଲୋକେଖର୍ଚ୍ଚ କରି ଶବ ଆଣିବା ବହୁତ କଷ୍ଟକର ବୋଲି ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ଅଧିକାରୀ ଓ ତରବୋଡ ପୋଲିଷ ଫାଣ୍ଡିରେ ନିବେଦନ କରିଛନ୍ତି । ଅସହାୟ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ସହ ସାଙ୍ଗରେ ନେଇଥିବା ଲେଵର ସର୍ଦ୍ଦାରକୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ଆଦିବାସୀ ସଂଘ ନେତା ଭକ୍ତ ବନ୍ଧୁ ଧରୁଆ ଓ ଗ୍ରାମବାସୀ ବାଦି କରିଛନ୍ତି।

Post a Comment

Previous Post Next Post