କନିଷ୍ଠ ରେଡ କ୍ରସ ଅଧିକାରୀ ସମ୍ବର୍ଦ୍ଧିତ


କୋରାପୁଟ (ଆଜତକ୍ ଓଡ଼ିଶା) ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କନିଷ୍ଠ ରେଡ କ୍ରସ ଶିକ୍ଷା -ତଥା- ତାଲିମ ଶିବିରର ଉଦଯାପନୀ ଉତ୍ସବ ଅବସରରେ କୋରାପୁଟ ଜିଲ୍ଲା କନିଷ୍ଠ ରେଡ କ୍ରସ ଅଧିକାରୀ ଯଜ୍ଞେଶ୍ଵର ପଣ୍ଡା ଭାରତୀୟ ରେଡ କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।ପ୍ରକାଶ ଥାଉକି ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରର ସଫଳ ରୂପାୟନ ନିମନ୍ତେ ଶ୍ରୀଯୁକ୍ତ ପଣ୍ଡାଙ୍କ ଅକୁଣ୍ଠ ସହଯୋଗ ଏବଂ ଉତ୍ସର୍ଗୀକୃତ ସେବା ପାଇଁ ମାନପତ୍ର ଓ ସ୍ମୃତି ସନ୍ତକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭାରତୀୟ ରେଡ କ୍ରସ ସୋସାଇଟିର ଅବୈତନିକ ସଚିବ ତଥା ସେବାନିବୃତ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାରତୀୟ ରେଡ କ୍ରସ ସୋସାଇଟି ଓଡିଶା ଶାଖାର ପ୍ରାକ୍ତନ ସଚିବ ମେଜର ଡ. କଳ୍ପନା ଦାସ, ସମ୍ମାନିତ ଅତିଥିଭାବେ ଚଳଚ୍ଚିତ୍ର ତାରକା ତଥା ଭାରତୀୟ ରେଡ କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର, ଭୁବନେଶ୍ୱର ସୃଷ୍ଟି ଏକାଡେମୀର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ସାହୁଏବଂ ରାଜ୍ୟ କନିଷ୍ଠ ରେଡ କ୍ରସ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post