ପାଟଣାଗଡ଼ରେ ସୁବ୍ରତ ମଲ୍ଟିସ୍ପେସିଆଲିଷ୍ଟ ହସ୍ପିଟାଲ ଉଦଘାଟିତ

  • ସତରଟି ବିଭାଗରେ ଚାଲିବ ଚିକିତ୍ସା 
  • ଦୁର୍ଘଟଣା ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା
  • ବୈଜ୍ୟେଷ୍ଟ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା 


ପାଟଣାଗଡ଼ : ୦୮/୨ (ଗଣେଶ ଦାସ) ପାଟଣାଗଡ଼ ସହର ସ୍ଥିତ ଧୂମାଭଟା ରାସ୍ତା ଜବାହରଲାଲ କଲେଜ ପାଖରେ ସୁବ୍ରତ ମଲ୍ଟି ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ପାଟଣାଗଡ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଥିବାବେଳେ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲ ।ଡ଼ଃ. ହେମନ୍ତ ମେହେରଙ୍କ ପ୍ରଚେଷ୍ଟା ବଳରେ ଆଜି ଏକ ଉନ୍ନତ ମାନର ହସ୍ପିଟାଲ ଶୁଭାରମ୍ବ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ ବିକାଶ ହସ୍ପିଟାଲର ଡ଼ଃ. ରବିଶ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଦୀପ ପ୍ରଜ୍ଜଲନ ପରେ ପରେ ପୂଜାର୍ଚ୍ଚନା କରି ଶୁଭ ଉଦଘାଟନ କରିଥିଲେ ।

ବିଭିନ୍ନ ବିଭାଗର ୩୧ ଜଣ ଡାକ୍ତରଙ୍କୁ ନେଇ ଭେଷଜ ବିଭାଗ,ଶୈଲ୍ୟ ବିଭାଗ,ସ୍ତ୍ରୀ ଓ ପ୍ରସୂତି ବିଭାଗ,ମାନସିକ ରୋଗୀ ବିଭାଗ,ସ୍ନାୟୁ ବିଭାଗ,ହୃଦରୋଗ ବିଭାଗ,ଶିଶୁ ରୋଗ ବିଭାଗ,ଅସ୍ଥି ଶୈଲ୍ୟ ବିଭାଗ,ନାସା,କର୍ଣ୍ଣ, ଗଲା ବିଭାଗ,ଆଖି ବିଭାଗ,ପେଟ ଓ ଲିବର ବିଭାଗ,ମୂତ୍ରlଶୟ ବିଭାଗ,କେନସର ବିଭାଗ,ନିଶ୍ଚେତକ ବିଭାଗ,ଆୟୁର୍ବେଦିକ ବିଭାଗର ବିଭିନ୍ନ ଚିକିତ୍ସା ମିଳିପାରିବ ବୋଲି ଡ଼ଃ. ହେମନ୍ତ ମେହେର ସୂଚନା ଦେଇଥିଲେ ।

ସୁବ୍ରତ ହସ୍ପିଟାଲର ମୁଖ୍ୟ ପରିଚାଳକ ଶ୍ରୀ ଘନଶ୍ୟାମ ମେହେର ଦୁର୍ଘଟଣା ଜନିତ ବ୍ୟକ୍ତି ମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରିବା ପାଇଁ ଶ୍ରୀ ମେହେର ଘୋଷଣା କରିଥିଲେ । ବରିଷ୍ଠ ନାଗରିକ ମାନଙ୍କୁ ମାଗଣା ସେବା ଯୋଗାଇ ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ଏବଂ ସମାଜର ନିଷ୍ପେସିତ, ଅବହେଳିତ, ଗରିବ ଖଟିଖିଆ ଶ୍ରେଣୀର ଲୋକଙ୍କୁ ମଧ୍ୟ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଆମେ ପ୍ରତିଶୃତି ବଦ୍ଧ ବୋଲି ସୁବ୍ରତ ମଲ୍ଟି ହସ୍ପିଟାଲର ମୁଖ୍ୟ ପରିଚାଳକ ଘନଶ୍ୟାମ ମେହେର ତାଙ୍କ ବକ୍ତ୍ୟବ୍ୟରେ ଘୋଷଣା କରିଥିଲେ।

Post a Comment

Previous Post Next Post