ଖପ୍ରାଖୋଲ ପୋଲିସ ଦ୍ୱାରା ଜନସମ୍ପର୍କ ଶିବିର ଅନୁଷ୍ଠିତ


ଖପ୍ରାଖୋଲ ୧୨/୨ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଧିନସ୍ଥ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନୀବାହାଲ ଏବଂ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମରେ ଜିଲ୍ଲା ପୋଲିସ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୋଲିସ ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ସୁ -ସମ୍ପର୍କ ପାଇଁ ପ୍ରୟାସ କରିଛି ବଲାଙ୍ଗିର ଜିଲ୍ଲା ପୋଲିସ ।ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କ ତତ୍ୱାବଧାନ ରେ ଜୁନାନୀବାହାଲ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ପ୍ରୋବିଜନାରି ଆଇପିଏସ ଅମ୍ରିତପାଲ କୌର , ସମ୍ମାନିତ ଅତିଥି ରୂପେ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧ୍ୟକ୍ଷ ସଦାନନ୍ଦ ପୁଝାରୀ ଯୋଗଦେଇଥିବା ବେଳେ ବାଗଝରଣ ଠାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବଲାଙ୍ଗୀର ଏନସେଲ ରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ସୁଦୀପ୍ତ ସାହୁ ଯୋଗଦେଇଥିଲେ । ଏହି ଅବସରରେ ଲୋକମାନଙ୍କ ପାଇଁ ପୋଲିସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିବାରୁ ସେହି ଅଞ୍ଚଳରୁ ବହୁ ଲୋକ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉକ୍ତ ସ୍ଵାସ୍ଥ୍ୟ ଶିବିରରେ ଡ଼ଃ.ମିନତୀ ହେମ୍ବ୍ରମ, ପ୍ରିୟଦର୍ଶିନୀ ଭୋଇ, ସୌରଭ କୁମାର ସେଠୀ ପ୍ରମୁଖ ସ୍ଵାସ୍ଥ୍ୟ କର୍ମି ବିଭିନ୍ନ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ବହୁଲୋକଙ୍କୁ ମାଗଣା ଔଷଧ ଦିଆଯାଇଥିଲା। ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ବୃଦ୍ଧବୃଦ୍ଧା ଙ୍କୁ କମ୍ବଳ , ଛତା, ମଶାରି , ଘଣ୍ଟା , ଟର୍ଚ୍ଚ ଲାଇଟ , କ୍ରିକେଟ ଖେଲାଲି ମାନଙ୍କୁ ଖେଲ ସାମଗ୍ରି ବଣ୍ଟନ ଓ କଳାକାର ମାନଙ୍କୁ ବାଦ୍ୟ ଯନ୍ତ୍ର ବଣ୍ଟନ କରାଯାଇଥିଲା । 8 ଟି କ୍ରିକେଟ ଦଳକୁ ନେଇ ବନ୍ଧୁତା ପୁର୍ଣ୍ଣ ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବିଜୟୀ ଓ ରନର ଅପ ଦଳକୁ ଟ୍ରଫି ସହ ଟି ସାର୍ଟ ବିଭିନ୍ନ ଖେଳ ଉପକରଣ ବଣ୍ଟନ କରାଯାଇଥିଲା । ଶିବିରରେ ଖପ୍ରାଖୋଲ ଏସଆଇ ଲିଙ୍ଗରାଜ କିଶାନ, ଏଏସଆଇ ସେୱାନ କେରକେଟା, ଏଏସଆଇ ଗୋପାଳକୃଷ୍ଣ କୁମୁରା , ତେଲେନପାଲି ପଞ୍ଚାୟତ ସରପଞ୍ଚ ଶ୍ରମତୀ ଶକୁନ୍ତଳା ବେହେରା ଏବଂ ବହୁ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post