ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଠାରେ ୧୯ତମ ପାତାଳୀ ମହୋତ୍ସବ ଉଦଘାଟିତ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଜି ୧୯ତମ ପାତାଳୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଳାଟେନ୍ଦୁ ସିଂ, ଡେପୁଟି କଲେକ୍ଟର ଉପେନ୍ଦ୍ର କୁମାର ଦାଶ ଓ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା ଯୋଗ ଦେଇଥିଲେ।ଆଜି ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଆଞ୍ଚଳିକ କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ୧୦ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମହୋତ୍ସବ ଅବସରରେ ଭାଗବତ ସପ୍ତାହ ପାରାୟଣ,୫୬ପ୍ରହରୀ ନାମଯଜ୍ଞ, ଘୃତଯଜ୍ଞ ଆରମ୍ଭ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ର ଏକ ଲୋଗୋ ଜିଲ୍ଲାପାଳ ଅନ୍ୟା ଦାଶ ଙ୍କ ଦ୍ଵାରା ଉନ୍ମୋଚନକରାଯାଇଥିଲା। ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଣ୍ଟ ଖୁଣ୍ଟୁଲାପାଲି, ବାଘପାଲି ୟୁପି ସ୍କୁଲ, ହରିଣାପାଲି ୟୁପି ସ୍କୁଲ୍, ଖୁଣ୍ଟୁଲାପାଲି ୟୁପି ସ୍କୁଲ୍, କୋଟସମଲାଇ ୟୁପି ସ୍କୁଲ୍,ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲ ଆଦି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ସଭାରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ କମିଟି ର ସମ୍ପାଦକ ଉତ୍ତର ପାତ୍ର ତଥା ଅନ୍ୟାନ୍ୟସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଉଦଘାଟନୀ ଦିବସରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା ।

Post a Comment

Previous Post Next Post