ଲାଠୋର ପୋଲିସ ଦ୍ୱାରା ଜନସମ୍ପର୍କ ଶିବିର ଅନୁଷ୍ଠିତ


ଖପ୍ରାଖୋଲ ୧୦/୨ (ଗଣେଶ ଦାସ) ସ୍ଥାନୀୟ ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ହାଇସ୍କୁଲ ଖେଳ ପଡିଆଠାରେ ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପାନ୍ତ ଅଞ୍ଚଳରେ ପୋଲିସ ଓ ଜନସାଧାରଣଙ୍କ ମଧ୍ଯରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ପାଇଁ ଏହି ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା । ଲାଠୋର ଥାନା ଅଧିକାରୀ ରାକେଶ ବେହେରାଙ୍କ ତତ୍ତ୍ୱାବଧାନରେ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧ୍ୟକ୍ଷ ସଦାନନ୍ଦ ପୁଝାରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବଲାଙ୍ଗୀର ୟୁଥ ବ୍ଲଡ଼ ଡୋନର ଗ୍ରୁପ ର ଯୁବକ ଓ ମହାନଦି ନେତ୍ରାଳୟ ର ସହଯୋଗ ରେ ଏକ ମାଗଣା ଚକ୍ଷୁ ପରୀକ୍ଷା କେନ୍ଦ୍ର କରାଯାଇ ଥିଲା । ଏହାସହ ଖପ୍ରାଖୋଲ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ଦ୍ଵାରା ମାଗଣା ସ୍ଵାସ୍ଥ୍ୟ ପରିକ୍ଷା କରାଯାଇଥିଲା। ଏହି ଅବସରରେ ୨୩୦ ଜଣ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ବଣ୍ଟନ , ୧୧୫ ଜଣ ବୃଦ୍ଧବୃଦ୍ଧା ଙ୍କୁ କମ୍ବଳ , ଛତା, ମଶାରି , ଘଣ୍ଟା , ଟର୍ଚ୍ଚ ଲାଇଟ , କ୍ରିକେଟ ଖେଲାଲି ମାନଙ୍କୁ ଖେଲ ସାମଗ୍ରି ବଣ୍ଟନ ଓ କଳାକାର ମାନଙ୍କୁ ବାଦ୍ୟ ଯନ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ 8 ଟି କ୍ରିକେଟ ଦଳକୁ ନେଇ ବନ୍ଧୁତା ପୁର୍ଣ୍ଣ ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବିଜୟୀ ଓ ରନର ଅପ ଦଳକୁ ଟ୍ରଫି ସହ ଅର୍ଥ ରାଶି ଦିଆ ଜିବା ସହ ଟି ସାର୍ଟ ବିଭିନ୍ନ ଖେଳ ଉପକରଣ ବଣ୍ଟନ କରାଯାଇଥିଲା । ଶିବିରରେ ଲାଠୋର ଏସଆଇ ଦେବାର୍ଚ୍ଚନ ମିର୍ଦ୍ଧା , ଏଏସ ଆଇ ପ୍ରଫୁଲ୍ଲ କିଶାନ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତେଜରାଜ ମାଝି , ହେମ ରାଜ ଧରୁଆ , ହୃଷୀକେଶ ଛତ୍ରିଆ ଏବଂ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ବେନ୍ଦେର ଗ୍ରାମବାସୀ ତଥା ଆଖପାଖ ଅଞ୍ଚଳର ଜନ ସାଧାରଣ ସହଯୋଗ କରିଥିଲେ ।

Post a Comment

Previous Post Next Post