ସିନାପାଲି:୨୧/୦୨ (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ବୁଧବାର ବିଶ୍ୱ ମାତୄଭାଷା ଦିବସ ପାଳନ କରାଯାଇଛି । ଏନେଇ ସ୍ଥାନୀୟ ସ୍ୱର ସଙ୍ଗମ କଳା ପରିଷଦ ଠାରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମାତୄଭାଷାର ମିଠାପଣ ସହିତ ଏହି ଦିବସ ପାଳନର ମହତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଏଥିସହ ସାହିତ୍ଯ ସମିତି ଗୁଡ଼ିକ ସାଧାରଣରେ ମାତୄଭାଷାର ବହୁଳ ବ୍ଯବହାର ଦିଗରେ ସଚେତନତା ସୃଷ୍ଟି କଲେ ଭାଷାର ସୁରକ୍ଷା ହେବ ବୋଲି ମତ ପ୍ରକାଶ ପାଇଥିଲା ା କାର୍ଯ୍ଯକ୍ରମରେ ରବୀଂଦ୍ରନାଥ ଯୋଷୀ, ସତ୍ଯବ୍ରତ ଗହିର, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ଚୂଡ଼ାମଣି ମେହେର, ଗୌତମ ମେହେର, ଭ୍ରମର ବାଗ, ଶିବ ପ୍ରସାଦ ମେହେର, ଲୋଚନ ମେହେର, ବିଜୟ କୁମାର ଯୋଷୀ, ସାନୁର୍ଯ୍ଯ ମେହେର, ତସ୍ମିନ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୌତମ ମେହେର ଧନ୍ଯବାଦ ଦେଇଥିଲେ ।

Post a Comment