ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ଵାଚନ ମଣ୍ଡଳିରେ ବିଜେଡିରୁ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଟିକେଟ ଦେବା ନେଇ ସିନାପାଲି ବ୍ଲକ ବିଜେଡି କର୍ମୀ ତରଫରୁ ବ୍ଲକ ବିଜେଡି ସଭାପତି ଗରୁଡ଼ଧ୍ଵଜ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନୂତନ ପ୍ରାର୍ଥୀଙ୍କୁ ବିଜେଡିରୁ ଟିକଟ ଦିଆଯାଉଥିବା ନେଇ ବିଭିନ୍ନ ମହଳରେ ଆଲୋଚନା ହେଉଥିବା ପ୍ରସଙ୍ଗ ଉପରେ ମତ ପ୍ରକାଶ କରି ଦଳୀୟ କର୍ମୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ପୁନଃ ପ୍ରାର୍ଥୀ କରି ଟିକେଟ ପ୍ରଦାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ,୫-ଟି ଅଧ୍ୟକ୍ଷ ,ସାଙ୍ଗଠନିକ ସମ୍ପାଦକ ପ୍ରମୁଖଙ୍କୁ ନିବେଦନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡିରେ ଯୋଗଦାନ କରି ଟିକେଟ ହାତେଉ ଥିବା ବିଭିନ୍ନ ମହଳରେ ଚର୍ଚ୍ଚା ହେଉଛି। ହେଲେ ବିଜେଡି କର୍ମୀ ମହଲରେ ଉକ୍ତ ବିଷୟକୁ ସହଜେ ଗ୍ରହଣ କରୁନଥିବା ଜଣାପଡିଛି। ଫଳରେ ପୂର୍ବତନ ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ପୁନଃ ବିଜେଡି ଟିକେଟ ଦେବା ପାଇଁ ଦାବି କରିଛନ୍ତି। ଯେହେତୁ ନୂଆପଡା ଜିଲ୍ଲା ତଥା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ଲମ୍ବୋଦର ନିଆଲ ବିଜେଡି କୁ ବଞ୍ଚାଇ ରଖିବା ସହ ସମସ୍ତ କର୍ମୀଙ୍କୁ ବାନ୍ଧି ରଖି ପାରିଛନ୍ତି ବୋଲି କର୍ମୀ ମହଲରେ ପ୍ରକାଶ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ସିନାପାଲି ବ୍ଲକ ବିକେଡି ସଭାପତି ଗରୁଡ଼ଧ୍ଵଜ ବେହେରା,ମନ୍ଦାକିନୀ ବଘେଲ,ବିରେନ୍ଦ୍ର ଖମାରୀ,ମହେନ୍ଦ୍ର ସୁନାନୀ,ଦୈତାରି ମେହେର,ଇନାୟତ ଖାନ, ସୁର୍ଯ୍ୟ ସିଂ ଦେଓ,ଗଣେଶ ପୋଡ଼,ନଳିନୀ ବାଗ,ରାହାସ ନିଆଲ,ଡୋଳମଣି ଘିଭେଲା ପ୍ରମୁଖ ଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

Post a Comment