ଅରୁଣ ଦେ ସ୍ମାରକୀ ଦ୍ଵିତୀୟ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା


ବାଲେଶ୍ୱର,୨/୨(ଲକ୍ଷ୍ମୀଧର ବାରିକ):ବାଲେଶ୍ୱର,ଫକୀର ମୋହନ ମହାବିଦ୍ୟାଳୟ ଛାତ୍ର ସଂସଦ ଆନୁକୁଲ୍ୟରେ ଏବଂ ଫକୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହଯୋଗରେ ଅରୁଣ ଦେ ସ୍ମାରକୀ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଫକୀର ମୋହନ କଲେଜ ବାଣିଜ୍ୟ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ପ୍ରତିଯୋଗିତାର ସଭାରେ ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ଡକ୍ଟର ସୁବାଷ ଚନ୍ଦ୍ର ପାତ୍ର ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ଆନ୍ତର୍ଜାତିକ ସମ୍ପର୍କର ପୁରାତନ ଡିନ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ନିଜର ବକ୍ତବ୍ୟ ରଖିବା ସହିତ ଆଜିକାର ଆଲୋଚ୍ୟ ବିଷୟ ସମ୍ପର୍କ ହିଁ ଜୀବନ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ,ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ରଣା, ପ୍ରାଧ୍ୟାପକ ଡକ୍ଟର ଗିରିଶ ଚନ୍ଦ୍ର ଜେନା,ପୂର୍ବତନ ସଭାପତି ଫକୀର ମୋହନ ସାହିତ୍ୟ ସଂସଦ,ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗୀୟ ମୁଖ୍ୟ ଡକ୍ଟର ଅଭିଜିତ ଦାସ,ବକ୍ତୃତା ପ୍ରତିଯୋଗିତାର ପରିଚାଳକ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରାଉତ ଓ ଅରୁଣ ଦେ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ତଥା ପୁରାତନ ଛାତ୍ର ସଂସଦର ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ସେମାନଙ୍କର ବକ୍ତବ୍ୟ ରଖିଥିଲେ।ପୁରାତନ ଛାତ୍ର ସଂସଦର ସଂଗଠନ ସମ୍ପାଦକ ଗୋପାଳ ଚନ୍ଦ୍ର ଜେନା ମଞ୍ଚ ଆହ୍ବାନ କରିଥିଲେ। ଡକ୍ଟର ରବି ନାରାୟଣ ଦାସ,ପୂର୍ବତନ ସଭାପତି,ଫକୀର ମୋହନ ସାହିତ୍ୟ ସଂସଦ ସମ୍ପର୍କ ହିଁ ଜୀବନ ଶୀର୍ଷକ ବିଷୟ ବସ୍ତୁରେ ନିଜସ୍ଵ ଅଭିଭାଷଣ ପ୍ରଦାନ କରିଥିଲେ। ମଧୁସୂଦନ ବେହେରା ସମ୍ପାଦକ,ଖେଳ ଓ ସ୍ବାସ୍ଥ୍ୟ, ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପୁରାତନ ଛାତ୍ର ସଂସଦର ସଦସ୍ୟ ରମାକାନ୍ତ ମହାନ୍ତି,ରାମ ପ୍ରସାଦ ପ୍ରଧାନ, ଜ୍ୟୋତ୍ସ୍ନା ରାୟ,ଦୀପକ ଦାସ,ସତ୍ୟ ରଞ୍ଜନ ବାରିକ,ଦୀପକ ବୋଷ,ସୁନିଲ ମହାପାତ୍ର ପ୍ରମୁଖ। ଉକ୍ତ ସ୍ମାରକୀ ବକ୍ତୃତା ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Post a Comment

Previous Post Next Post