କଣ୍ଟାବାଞ୍ଜି , ୦୨/୦୨ (ଆଜତକ୍ ଓଡ଼ିଶା) ରାସ୍ତା ପାଇଁ ସରକାର କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ । ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ସଂଯୋଗ ପାଇଁ ଅନେକ ଯୋଜନା ମାଧ୍ୟମରେ ରାସ୍ତା ତିଆରି କରାଯାଉଛି । ହେଲେ ପ୍ରଶାସନିକ ଉଦାଶୀନତା ଯୋଗୁ ଏବେ ବି ଅନେକ ରାସ୍ତା ମରଣାଯନ୍ତା ପାଲଟିଛି । କଣ୍ଟାବାଞ୍ଜି ରୁ ଗୁଡିଘାଟ ଯାଉଥିବା ନୂଆପଡା ରାସ୍ତା ଅବସ୍ଥା ବର୍ତମାନ ବେହାଲ । ଏହି ରାସ୍ତା ଦେଇ ଦିନ ତମାମ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ରାସ୍ତା ସବୁ ଖାଲଖମାରେ ଭର୍ତି । ସକାଳ ସକାଳ ରାସ୍ତାକୁ ଦେଖିଲେ ଲାଗେ ଯେମିତି ଏହା ରାସ୍ତା ନୁହେଁ ମରଣଯନ୍ତା । ଖାଲଖମା ରାସ୍ତାରେ ପାଣି ଭର୍ତି ହୋଇ କାଦୁଅ ହେଉଛି । ଏହି ରାସ୍ତାରେ ଚାରି ଚକିଆ ଗାଡି ଯିବା ଦୂରର କଥା ପାଦଚଳା ଲୋକଙ୍କୁ ମଧ୍ୟ ଅସୁବିଧାରେ ପକାଇ ଦେଇଥାଏ । ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ଅନେକ ଥର ଛୋଟ ବଡ଼ ଦୁର୍ଘଟଣା ଶିକାର ହୋଇଥିବା ମଧ୍ୟ ନଜିର ରହିଛି । ବିଶେଷ କରି ସାପ୍ତାହିକ ବଜାର ସୋମବାର ଶୁକ୍ରବାର ଲୋକଙ୍କ ସମସ୍ୟା ଆହୁରି ବଢିଯାଏ । ଲୋକଙ୍କ ସୁବିଧା ଦୃଷ୍ଟିକୁ ନଜରରେ ରଖି ରାସ୍ତା ଭଲ କରିବାକୁ ସାଧାରଣରେ ଦାବି ହେଉଛି ।

Post a Comment