ସେମଲା ସେବାଶ୍ରମରେ ବାର୍ଷିକ କ୍ରୀଡ଼ା ଉଦଯାପିତ


କଣ୍ଟାବାଞ୍ଜି ୦୮/୦୨ (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ସେମଲା ସେବାଶ୍ରମରେ ଦୁଇ ଦିନ ଧରି ହୋଇଥିବା  ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଥିଲା।ସେବାଶ୍ରମର ପ୍ରଧାନ ଶିକ୍ଷକ ଶ୍ରୀ ଭ୍ରମରବର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ବିରଞ୍ଚି ନାରାୟଣ ଦାଶ, ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୁଖ୍ୟ ଅତିଥି, ଶ୍ରୀ ଧନସିଂ ମାଝୀ, ମାନ୍ଦଲା କ୍ଳଷ୍ଟର ସଂଯୋଜକ, ଶ୍ରୀ ରଞ୍ଜନ ମାଝୀ, ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ମଞ୍ଜୁଳା ମେହେର, ଅଙ୍ଗନବାଡ଼ି କର୍ମୀ,ପବିତ୍ର ମେହେର, ସଭ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଛାତ୍ରଛାତ୍ରୀ ମାନେ ହେଉଛନ୍ତି ବଗିଚାରେ ଫୁଟିଥିବା ବିଭିନ୍ନ ପ୍ରକାରର ଫୁଲ।ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଗୁଣ ଓ ପ୍ରତିଭା ଲୁଚି ରହିଛି।ଆମକୁ ତାହା ବାହାର କରିବାକୁ ପଡିବ ଓ ଉତ୍ତମ ସ୍ୱ।ସ୍ଥ୍ୟ ପାଇଁ ଖେଳକୁଦ ଜରୁରୀ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଶ ବକ୍ତବ୍ୟରେ କହିଥିଲେ।ମଞ୍ଚ ପରିଚାଳନା ବିଦ୍ୟାଳୟର ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଜାଲ ଓ ଧନ୍ୟବାଦ ଅର୍ପଣ ଶ୍ରୀ ରାଜୀବ ଦାସ କରିଥିଲେ।ସର୍ବ ପ୍ରଥମେ ମଞ୍ଚରେ ବାଗଦେବୀ ଓ ଠକର ବାପାଙ୍କ ଫଟୋଚିତ୍ରକୁ ପୁଷ୍ପମାଲ୍ୟ ଓ ଧୂପଦୁପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା।ଅତିଥି ମାନଙ୍କର ଅଭିଭାଷଣ ପରେ ବିଭିନ୍ନ ଖେଳ ଯଥା ରଶି ଡିଆଁ, ଦୌଡ,ବାଟି ଚାମଚଭଳି ଖେଳରେ ବିଜେତା ମାନଙ୍କୁ ପ୍ରମାଣପତ୍ର ଓ ପଦକ ଦେଇ ପୁରସ୍କୃତ କରାଯାଇଥିଲା।ତାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ  ଶିକ୍ଷୟିତ୍ରୀ ଅନିତା ବାଗ, ୱ।ର୍ଡେନ ମମତା ମହାକୁଡ,ସୁଶୀଳା ଧରୁଆ,ମଞ୍ଚପତି ମେହେର, ଅଭିଭାବକ ଓ କମିଟିର ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

Post a Comment

Previous Post Next Post