ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ


କୋରାପୁଟ :(ଆଜତକ ଓଡ଼ିଶା): ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଯଜ୍ଞେଶ୍ଵର ପଣ୍ଡା, ପ୍ରଭାତ କୁମାର ରଥ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନର ଉଦ୍ଦେଶ୍ୟ, ଦୈନନ୍ଦିନ ଜୀବନରେ ମାତୃଭାଷାର ବହୁଳ ବ୍ୟବହାର, ମାତୃଭାଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଉପରେ ମାର୍ଗ ଦର୍ଶନ କରାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନରେଶ କୁମାର ଷଡ଼ଙ୍ଗୀ ଓ ଯଜ୍ଞେଶ୍ଵର ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମେହେର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ହେଲେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ହିତକର ଚରତି, ଦେବେନ୍ଦ୍ର କୁମାର ପାଢ଼ୀ, ଦୁର୍ଗା ପ୍ରସାଦ ପାତ୍ର,ତନବୀର ମହମ୍ମଦ,ଶୁଭସ୍ମିତା ସାହୁ, ବନିତା ଶତପଥୀ , ପପିତା ପ୍ରଧାନ, ରଶ୍ମିତା ନାହାକ, କଲ୍ୟାଣୀ ନାୟକ , କେ.ପ୍ରମିଳା, ସାଗରିକା ପାତ୍ର, ସୁଧା ପଟନାୟକ, ସୁବର୍ଣ୍ଣ କୁମାରୀ ଖିଲ,ଅରୁନ୍ଧତୀ ତ୍ରିପାଠୀ,ସୁଚରିତା ପଟ୍ଟନାୟକ,ସନ୍ତୋଷିନୀ ପଣ୍ଡା, ପ୍ରଭାତୀ ପାଣିଗ୍ରାହୀ,ସସ୍ମିତା ଜେନା, ସୋମନାଥ ସାକିଆ ପ୍ରମୁଖ। ଶେଷରେ ବରିଷ୍ଠ ଶିକ୍ଷକ ବିଶ୍ୱ ରଞ୍ଜନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post