ବିଜେପି ଓ ବିଜେଡି ମଧ୍ୟରେ ବାହାଘର

 

ବାଲେଶ୍ୱର, ୧୭/୨(ଲକ୍ଷ୍ମୀଧର ବାରିକ): ବାଲେଶ୍ବର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ଦ୍ଵାର ବିଜେପି ଓ ବିଜେଡି ମଧ୍ୟରେ ବାହାଘର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ କୌତୁହଳ ଦେଖିବାକୁ ମିଳିଥିଲା। ବାଲେଶ୍ବର ଷ୍ଟେସନ ଛକ ଠାରୁ କଂଗ୍ରେସ କର୍ମୀ ମାନେ ବିଜେପି ଓ ବିଜେଡି ମୁଖା ପିନ୍ଧି ବାରକୁ ଧରି ବାଜା ବଜେଇ ପୋଲିସ ଲାଇନ ଛକ ରେ ପହଞ୍ଚି ଥିଲେ । ସେଠାରୁ ପୂର୍ବରୁ ନିର୍ମିତ ବିବାହ ମଣ୍ଡପ ରେ ଉଭୟ ଙ୍କ ର ବିବାହ ସମ୍ପନ୍ନ ହୋଇଥିଲା । ବାହାଘର ରେ ପ୍ରଧାନମନ୍ତ୍ରୀ ଙ୍କ ମୁଖା ପିନ୍ଧା ବ୍ୟକ୍ତି ବର ପିତା ହୋଇଥିଲେ କନ୍ୟା ପିତା ମୁଖ୍ୟମନ୍ତ୍ରୀ ଙ୍କ ପିତା ହୋଇଥିଲେ । ଯାଜପୁର ବିଧାୟକ ବବି ଦାସ ଓ ପାଣ୍ଡିଆନ ଙ୍କ ମୁଖା ପିନ୍ଧା କନ୍ୟା ର ଭାଇ ହୋଇଥିଲେ । ପୁର୍ବତନ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଜ୍ଞାନେନ୍ଦ୍ର ମହାନ୍ତି ଓ ୨୦୦ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ରହି ବିବାହ ସମ୍ପନ୍ନ କରିଥିଲେ । ବିଜେପି ଓ ବିଜେଡି ବିରୋଧୀ ଭାବରେ କେବଳ ଅଭିନୟ କରୁଥିବା ବେଳେ ଉଭୟ ଦଳ ଭିତରେ ରହିଛି ବେଶ ନିବିଡ଼ ସମ୍ପର୍କ । ଓ ଶ୍ରୀ ମହାନ୍ତି କହିଥିଲେ ବିଜେଡି ବିଜେପି ଭିତରେ ମଧୁଚନ୍ଦ୍ରିକା ରହିଛି । ପୂର୍ବରୁ ବିଜେଡି ସହିତ ମିଶି ଓଡିଶାରେ ସରକାର କରିଥିଲା । ଏବେ ରାଜ୍ୟସଭାକୁ ଯାଇଥିବା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବକୁ ବିଜେଡି ସମର୍ଥନ ଦେଇଛି । ତେଣୁ ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଏହା ସାଧାରଣ ଲୋକ ଙ୍କୁ ଜଣେଇବା ପାଇଁ ଏଭଳି ବିବାହ ଆୟୋଜନ କରାଯାଇଥିଲା

Post a Comment

Previous Post Next Post