ସାର୍ବଜନୀନ ବାଣୀଶ୍ରୀ ମେଳାରେ ମହିଳା କବାଡି ଖେଳ ପ୍ରତିଯୋଗିତା


ବାଲେଶ୍ୱର,୧୭/୨(ଲକ୍ଷ୍ମୀଧର ବାରିକ): ସଦର ବ୍ଲକ ଦୁବୁଲାଗଡ଼ି ପଞ୍ଚାୟତର ବଗଦା ଗ୍ରାମରେ ଗ୍ରାମ୍ୟ କମିଟି ପକ୍ଷରୁ ସାର୍ବଜନୀନ ବାଣୀଶ୍ରୀ ମେଳା କମିଟି ପକ୍ଷରୁ ମହିଳା କବାଡି ଖେଳକୁ ହାଇଦର ଅଲ୍ଲୀ ଖାଁ ଏହାକୁ ଉଦଘାଟନ କରିଥିଲେ। ଏହି ଖେଳ ପଣ୍ଡା ଚକ୍ ଓ ସିଙ୍ଗାପୁର ବଗଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପଣ୍ଡାଚକ୍ ଏଥିରେ ବିଜେତା ହୋଇଥିଲେ। ଗ୍ରାମ୍ୟ ସଭାପତି କବାତ୍ ଅଲ୍ଲୀ ଖାଁ, ଉପସଭାପତି ବିପିନ୍ କୁମାର ଜାନା, ସମ୍ପାଦକ ରବିଉଲ୍ ଆଲି ଖାଁ ଓ ସୁବାସ ଚନ୍ଦ୍ର ବେରା, ଉପଦେଷ୍ଟା କମିଟିର ସଦସ୍ୟ ବିଜୟା ନନ୍ଦ ସ୍ୱାଇଁ, ରଞ୍ଜିତ କୁମାର ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।

Post a Comment

Previous Post Next Post