ସିନାପାଲି:୧୩/୦୨ (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ରଜତ ଜୟନ୍ତୀ ଉତ୍ସବ ମଙ୍ଗଳବାର ଉଦଘାଟିତ ହୋଇଛି । ଆଜି ଠାରୁ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ସମାରୋହର ପ୍ରଥମ ଦିବସରେ ସକାଳୁ ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀଗୁରୁମା, ପରିଚାଳନା ସମିତି ଓ ଶୁଭେଚ୍ଛୁଙ୍କୁ ନେଇ ଏକ ଭବ୍ଯ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ପରେ ବିଦ୍ଯାଳୟ ପରିସରରେ ପଂଚ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞର ଆୟୋଜନ କରାଯାଇଥିବା ବେଳେ ଯଜ୍ଞକାର୍ଯ୍ଯକୁ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପରିଚାଳନା କରିଥିଲେ । ସେହିପରି ସଂଧ୍ଯାରେ ବିଦ୍ଯାଳୟ ପରିଚାଳନା ସମିତିର ସଭାପତି ରବୀଂଦ୍ରନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ଯ ଅତିଥି ଭାବରେ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ତା ଓ ମୁଖ୍ଯବକ୍ତା ଭାବରେ ଶିକ୍ଷା ବିକାଶ ସମିତିର ସଂପାଦକ ରୁଦ୍ରମାଧବ ବାରିକ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯା ଆଶା ଜୈନ ଉପସ୍ଥିତ ଥିଲେ । ଏହି ଅବସରରେ କେବଳ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ନୁହେଁ ବରଂ ସମାଜରେ ସାଂସ୍କୃତିକ ଓ ଶୈକ୍ଷିକ ପରିବର୍ତ୍ତନ ଆଣିବାରେ ଶିଶୁ ମନ୍ଦିରର ଭୂମୀକା ଅତ୍ଯନ୍ତ ମହତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ଯକ୍ତ କରିଥିଲେ । ପ୍ରାରମ୍ଭରେ ଲଳିତ କୁମାର ସୁନାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ଯ ରମେଶ ହଂସ ସ୍ବାଗତ ବକ୍ତବ୍ଯ ଦେଇଥିଲେ । ଗଜେଂଦ୍ର ପଟେଲ ବନ୍ଦନା ଓ ଶିଶୁ ଭଉଣୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ବିଦ୍ଯାଳୟର ସଂପାଦକ ବାମଦେବ ଦାଶ ବିବରଣୀ ପଠନ କରିଥିଲେ । ଏହାପରେ ଅତିଥିଙ୍କ ଦ୍ୱାରା ରଜତ ଜୟନ୍ତୀ ସ୍ମରଣିକା ଉନ୍ମୋଚିତ ହୋଇଥିବା ବେଳେ ଏହାକୁ ବଂଶୀଧର ଜଗତ ପରିଚାଳନା କରିଥିଲେ । ଦୀପକ ସା ଏକକ କଣ୍ଠ ସଂଗୀତ ଗାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ମଂଚରେ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ବିଷ୍ଣୁଶରଣ ହୋତା ପରିଚାଳନା କରିଥିଲେ । ସଭା ପୂର୍ବରୁ ବିଦ୍ଯାଳୟ ପରିସରରେ ସ୍ମୃତି ସ୍ତମ୍ଭ ଓ ନୂତନ ଶ୍ରେଣୀ କକ୍ଷକୁ ଅତିଥିମାନେ ଉଦଘାଟନ କରିଥିଲେ ା ଶେଷରେ ସ୍ୱପ୍ନ କୁମାର କାଣ୍ତ ଧନ୍ଯବାଦ ଦେଇଥିବା ବେଳେ ଅନୁସୟା ମୁଣ୍ତ ବନ୍ଦେ ମାତରମ୍ ଗାନ କରିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ପରିଚାଳନା ସମିତି, ବର୍ତ୍ତମାନ ଓ ପୁରାତନ ଗୁରୁଜୀଗୁରୁମା ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Post a Comment