ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗ୍ରାମ ପଂଚାୟତ ଠାରେ ନୁଆ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ


ନୂଆପଡା ୧୩/୨ (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗ୍ରାମ ପଂଚାୟତ ଠାରେ ନୁଆ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସଚେତନ ଶିବିର ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଜନସାଧାରଣ ଙ୍କୁ ଅବଗତ କରିବା ସହ ଯୋଜନା ରେ ସୁଫଳ ନେଇଥିବା ହିତାଧିକାରୀଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ସରପଞ୍ଚ ଚନ୍ଦ୍ର କୁମାର ଷଣ୍ଢ ଓ କେନ୍ଦୁପାଟି ଝାକର ଝାୟାଲାଲ ମାଝୀ ଏବଂ କେନ୍ଦୁପାଟି ପଂଚାୟତ ର ବିଜେଡି ସଭାପତି ରବିଚନ୍ଦ୍ର ପୋଡ଼ ,ପ୍ରମୁଖ ଯୋଗ ଦେଇଥିଲେ ଲଷ୍ମୀ କାନ୍ତ ପୋଡ଼ ଓ ଛାତ୍ରଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବେଳେ ଅତିଥି ଦ୍ବାରା ପୁରସ୍କାର ଗ୍ରହଣ କରିଥିଲେ।ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା କେନ୍ଦୁପାଟି ପଂଚାୟତ ମିଶନ ଶକ୍ତି ମହିଳା ଗୋଷ୍ଠୀ ଯୋଗ ଦେଇଥିଲେ।

Post a Comment

Previous Post Next Post