ବଲାଙ୍ଗିର ୧୨/୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜଣ ଅଭିଯୋଗ ଶୁଣାଣି ଶିବିର ବେଲପଡା ବ୍ଲକ ମୁଖ୍ୟାଳୟ ଠାରେ ପୂର୍ବାହ୍ନରେ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା , ଉପ ଜିଲ୍ଲାପାଳ ଶ୍ରୀ ଅମିତ୍ର ନାୟକ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ ,ତହସିଲଦାର ମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ରେ ସମୁଦାୟ ୫୯ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୪୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବାବେଳେ ଅବଶିଷ୍ଠ ୧୯ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । କୌଣସି ଅଭିଯୋଗ ଶୁଣାଣି ତତକ୍ଷଣାତ ଫଇସଲା ହେଇନ ଥିବା ବେଳେ ଅଭିଯୋଗ ଗୁଡିକର ଶୁଣାଣି ଯଥାଶୀଘ୍ର ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସଚିଦାନନ୍ଦ ମିଶ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହନ୍ତ , ବେଲପଡା ବିଡିଓ ରାଜେଶ ମେହେର, ତହସିଲଦାର ବନବିହାରୀ ହରପାଳ , ଏସଡିପିଓ ସଦାନନ୍ଦ ପୂଝାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା , ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା, କିଲଟାରୀ ର ସ୍ନିଗଧା ରାଣୀ ତ୍ରିପାଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ତରଫ ରୁ ଭିନ୍ନକ୍ଷମ ବାଳକ ଖେଡୁ ବରଲେନ୍ଦିଆ ଙ୍କୁ ଉଚ୍ଚଶିକ୍ଷା ପାଇଁ ଲାପଟପ ପ୍ରଦାନ କରାଯାଇଥିଲା ।

Post a Comment