ବର୍ଷା ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ମହାରୋହରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ


କୋରାପୁଟ: (ଆଜତକ ଓଡ଼ିଶା) କୋରାପୁଟ ଦାମନଯୋଡିର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ବର୍ଷା ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ସମାରୋହ ନାଲକୋ ସ୍ଥିତ ଟାଉନସିପ ସରସ୍ବତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ତଥା ବରେଣ୍ୟ ଅତିଥି ସୁଶୀଲ କୁମାର ପାଢ଼ୀ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ନାଲକୋ ସମୂହ ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରା ଉତ୍ସବର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ପ୍ରବକ୍ତା ତଥା ଚିକିତ୍ସକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର ଓ ଶିକ୍ଷାବିତ୍ ଡଃ. ସୁରେନ୍ଦ୍ରନାଥ ତ୍ରିପାଠୀ ଏଥିରେ ସମ୍ମାନନୀୟ ବକ୍ତା ରୂପେ ଯୋଗ ଦେଇଥିଲେ । ଆଧ୍ୟାତ୍ମିକତା ଓ ସାହିତ୍ୟ ଶୀର୍ଷକରେ ବକ୍ତା ଓ ଅତିଥି ନିଜ ନିଜ ବକ୍ତବ୍ୟ ରଖିଥିଲେ । ନାଲକୋ ସର୍ବଦା କଳା,ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପୃଷ୍ଟପୋଷକତା କରି ଆସୁଥିବା ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ । ପୂର୍ବାହ୍ନ ଅଧିବେଶନରେ ଉଦଘାଟନ କାର୍ଯ୍ୟ ସହିତ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବର୍ଷାର ମୁଖପତ୍ର ଉନ୍ମୋଚନ ସହିତ ସରୋଜିନୀ ତ୍ରିପାଠୀ ଓ ଦେବେନ୍ଦ୍ର କୁମାର ରାଜୁଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା । କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ପ୍ରାଧ୍ୟାପକ ଡ଼. ଆଲୋକ ବରାଳ, ସେମିଳିଗୁଡାର କବି ବଂଶୀଧର ମହାରଣା ଓ ଦାମନଯୋଡିର କବିୟତ୍ରୀ କବିତା ପାଲଙ୍କୁ ବର୍ଷା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗତ ମ୍ୟାଟ୍ରିକ ପରୀକ୍ଷାରେ ସାହିତ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଆଖପାଖ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅତିଥି ଗଣ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହର ଉଦଘାଟନ କରିଥିଲେ । ସରସ୍ବତୀ ବିଦ୍ୟା ମନ୍ଦିର ଛାତ୍ରୀମାନେ "ବନ୍ଦେ ଉତ୍କଳ ଜନନୀ..." ଗାନ କରିଥିଲେ । ବର୍ଷାର ସଭାପତି ଡ଼.ପ୍ରଦୀପ କୁମାର ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ଼.ସ୍ୱାତୀ ଚାଟାର୍ଜୀ ଓ ଡ଼. ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ । ବର୍ଷା'ର ଶ୍ରୀଧର ପରିଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ନଳିନୀକାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ବିଜୟ କୁମାର ଜେନା,ତ୍ରୈଲୋକ୍ୟ ନାଥ ସାହୁ,ବୃନ୍ଦାବନ ଖଣ୍ଡୁଆଳ, କୁଳମଣୀ ଦାସ,ଡ଼. ମନୋଜ କିଶୋର ନାୟକ, ରାଜୀବ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଦ୍ଵିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବିଭକ୍ତ କୋରାପୁଟର ୮୦ ରୁ ଉର୍ଦ୍ଧ କବି, କବୟିତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ l ନାଲକୋ ସମୂହ ମହାପ୍ରବନ୍ଧକ ସରୋଜ କୁମାର ନାଥ ଏଥିରେ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ । ଡିପିଏସ ଅଧ୍ୟକ୍ଷା ଦ୍ବିପାନୀତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ଶାନ୍ତାବାଳା ରଥ ଓ ସରୋଜିନୀ ତ୍ରିପାଠୀ ସଂଯୋଜନା କରିଥିଲେ । ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ଼. ଶୁଭ୍ରାଂଶୁ ଶେଖର ବାହିନୀପତି,ସୁଶାନ୍ତ ଦାସ, ଅବିଭକ୍ତ କୋରାପୁଟର ବିଭିନ୍ନ ସ୍ଥାନରୁ ବର୍ଷୀୟାନ ସମାଜସେବୀ କୃଷ୍ଣ ସିଂ, ରବି ଶତପଥି, ରମାକାନ୍ତ ମାଝୀ,ମହାଦେବ ଶତପଥି, ବିଜୟ ପ୍ରଧାନ,ଝାନ୍ସୀ ସିଂ, ତ୍ରିନାଥ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ପ୍ରଭାତ କୁମାର ମହାପାତ୍ର, ରମେଶ ସାହୁ,ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ବହୁ ସାହିତ୍ୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କବିତା ଆସରରେ ଭାଗ ନେଇଥିବା ଯୁବ କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଶଂସା ପତ୍ର ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରାଯାଇଥିବା ସହ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଯୁବ କବି ତଥା ଅଧ୍ୟାପକ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କ ଉଜ୍ଜଳ ନିରାମୟ ଭବିଷ୍ୟତର କାମନା କରିଥିବା ଦେଖିବାକୁ ମିଳିଥିଲା ।

Post a Comment

Previous Post Next Post