ପ୍ରକୃତି ହେଉଛି ସବୁଠାରୁ ବଡ଼ ବିଦ୍ୟାଲୟ୍


ସିନାପାଲି (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନିଲଜି ଗ୍ରାମରେ ଥିବା ସରସ୍ବତୀ ଶିଶୁମନ୍ଦିର ର ସୋହଲ ତମ ବାର୍ଷିକ ବନବିହାର କାର୍ଯ୍ୟ କ୍ରମ ପତେଳ ପଡା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ନିକ ଟ ରେ ଥିଵା ଉଦନ୍ତି ନଦି କୂଳରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବ ସରରେ ହୋଇ ଥିବା ସଭା କାର୍ଯ୍ୟରେ ଶିଶୁ ମନ୍ଦିର ପରିଚାଳନା କମିଟି ର ସଭାପତି ତଥା ବିଷିଷ୍ଟ ଶିକ୍ଷ୍ୟା ବିତ ଶ୍ରୀ ଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ଵ କରିଥିବା ବେଳେ, ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁକ୍ତ ସୁବ୍ରତ କୁମାର ଠାକୁର,ମୁଖ୍ୟ ବକ୍ତା ଭାବରେ ସମାଜ ସେବି ଶ୍ରୀ ଯୁକ୍ତ କ୍ଷ୍ୟମାଧର ନିଆଲ ଏବଂ ସମ୍ମାନିତ ଅତିଥି ଭାବରେ ବିଜେପି ସମଲେଇ ମଣ୍ଡଳ ସଭାପତି ଶ୍ରୀ ଯୁକ୍ତ ପ୍ରତାପ ଚନ୍ଦ୍ର ମେହେର ,ଶ୍ରୀ ଯୁକ୍ତ ତାରାଚନ୍ଦ୍ର ପ୍ରଧାନ,ଶ୍ରୀ ଯୁକ୍ତ କୁମ୍ଭ ବାଗ ଓ ଜଗନ୍ନାଥ ମନ୍ଦିର ପୂଜକ ମଞ୍ଛାସିନ ଥିଲେ,ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଷାନନ୍ଦ କୁମ୍ଭାର ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତଂ କରିଥିଲେ,ଆଚାର୍ଯ୍ୟ ଶ୍ରୀ ମିନିକେତମ ହଂସ ମଞ୍ଚ ପରିଚାଳନା କରିଥିବା ବେଳେ ବିରଭଦ୍ର ସା ସଭାଶେଷ ରେ ଅତିଥି ମାନଙ୍କୁ ଧନ୍ୟଵାଦ ଦେଇ ଥିଲେ,ଅତିଥି ଗଣ ପ୍ରକୃତି ଓ ପରିବେଶ ସବୁଠାରୁ ବଡ ଶିକ୍ଷ୍ୟାନୁଷ୍ଠାନ ଏବଂ ସମୟ ଓ ସମାଜ ସବୁଠାରୁ ବଡ ଶିକ୍ଷକ ବୋଲି ମତ ବ୍ୟକ୍ତ କରିଥିଲେ, ପରେ ପରେ ଶିଶୁ ମନ୍ଦିର ର କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଭଜନ ଓ ଦେଷାତ୍ମକ ବୋଧକ ଗୀତ ତାଳେ ତାଲେ ମନ ଛୁଆ ନୃତ୍ୟ ପରିବେଷିତ ହୋଇଥିଲା, ସମସ୍ତ କାର୍ଯ୍ୟ କ୍ରମ ଆୟୋଜନ କରିବାରେ ଆଚାର୍ଯ୍ୟ /ଆଚାର୍ଜ୍ୟା ,କମିଟି ସଭ୍ୟ ସଭ୍ୟା ଓ ଅଭିଭାବକ ଅଭିଭାବିକା ଗଣ ସହଯୋଗ କରିଥିଲେ,।

Post a Comment

Previous Post Next Post