କଲେଜ ଅଫ ବେଶିକ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଜାତୀୟ ବିଜ୍ଞାନ ଦିବସ ପାଳିତ


ବାଲେଶ୍ୱର, ୨୮/୨(ଲକ୍ଷ୍ମୀଧର ବାରିକ): ଗୋପାଳଗାଁ ସ୍ଥିତ କଲେଜ ଅଫ ଵେଶିକ ସାଇନ୍ସରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଅଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୌମେନ୍ଦ୍ର କୁମାର ପାଲ ଅଧକ୍ଷତା କରିବା ସହିତ ଜାତୀୟ ବିଜ୍ଞାନ ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୈନଦିନ ମନୁଷ୍ୟ ଜୀବନରେ ବିଜ୍ଞାନର ବ୍ୟବହାରିକ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଡକ୍ଟର ସନ୍ତୋଷ କୁମାର ରାଉତ,ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଉପାଧ୍ୟକ୍ଷ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉଜ୍ଜିବିତ ବୈଜ୍ଞାନିକ ମେଧା ପ୍ରତିଭାର ବିକାଶ ପାଇଁ ପ୍ରେରଣା ଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଆଶିଷ ଦଣ୍ଡପତ୍, ସୁମନ ସୌରଭ ବେହେରା, ଅଧ୍ୟାପିକା ଆଲିସା ଗିରି,ଡକ୍ଟର ନିଳୀମା ମଧୁଆଲ,ସ୍ୱାଗତିକା ମହାପାତ୍ର, ଅନୁଶ୍ରୀ ବେରା ଓ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ବିପାଶା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ରେ ୫୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post