ଶ୍ରୀ ଧିମାନ ଚକମା,ହେଲେ ଧର୍ମଗଡ ର ନୂତନ ଉପଜିଲ୍ଲାପାଳ


ଭବାନୀପାଟଣା ୨୨.୦୧ (ଶ୍ୟାମସୁନ୍ଦର ମାଝୀ) ଶ୍ରୀ ଧିମନ୍ ଚକମା, ଆଇଏଏସ ଧର୍ମଗଡ ର ନୂତନ ଉପଜିଲ୍ଲାପାଳ ଭାବେ ଯୋଗ ଦେବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ବ୍ୟାଚର ଆଇଏଏସ ଶ୍ରୀ ଧିମନ୍ ଚକମା ଏଥି ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଜଣେ ଆଇଏଫଏସ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ। ସୂଚନାଯୋଗ୍ୟ ଯେ, ବେଦ ଭୂଷଣ, ଆଇଏଏସ ବଦଳି ହେବା ପରେ ଦୀର୍ଘ ଛଅ ମାସ ହେଲା ଧର୍ମଗଡ ଉପଜିଲ୍ଲାପାଳ ପଦବୀ ଖାଲି ପଡିଥିଲା।

Post a Comment

Previous Post Next Post