ବାଲେଶ୍ଵର, ୨୦/୧(ଲକ୍ଷ୍ମୀଧର ବାରିକ) : ଆଜିର ଶିଶୁ କାଲିର ଭବିଷ୍ୟତ । ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ ନିହାତି ଜରୁରୀ। ପିଲାଙ୍କ ମଧ୍ୟରେ ଶକ୍ତି ସଞ୍ଚୟ ଓ ଅକ୍ଷୟ ଶକ୍ତିର ବିନିଯୋଗ କରିବା ନେଇ ବିଚାରଧାରା ସୃଷ୍ଟି ଉଦ୍ଦେଶ୍ୟରେ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଯାଜପୁର ପୁର ଜିଲ୍ଲା ସ୍ଥିତ ବିଏନ୍ ସରକାରୀ ହାଇସ୍କୁଲରେ ଉର୍ଜ୍ଜା ମହୋତ୍ସବ ଆୟୋଜନ କରିଛି। ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି ମହୋତ୍ସବର ଉଦ୍ଘାଟନ କରିଥିବାବେଳେ କାର୍ଯ୍ୟକ୍ରମରେ ଟିପିଏନଓଡିଏଲ ସିଏସଆର ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ବିଏନ ହାଇସ୍କୁଲ ପ୍ରଧାନ ଶିକ୍ଷକ କେସି ସାମଲ, ସରୋଜ ମାନିଆ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୨୦ଟି ବିଦ୍ୟାଳୟର ୪ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଜ୍ଞାନ ପ୍ରକଳ୍ପ, ପୋଷ୍ଟର ତିଆରି, କୁଇଜ, ସ୍ଲୋଗାନ ଆଦି ପ୍ରତିଯୋଗିତା ମାଧ୍ୟମରେ ପିଲାମାନେ ଶକ୍ତି ସଂରକ୍ଷଣ ସମ୍ପର୍କିତ ନିଜର ପରାଦର୍ଶିତା ପ୍ରତିପାଦନ କରିଥିଲେ। ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପାଣି ଟିପିଏନଓଡିଏଲର ଏଭଳି ପ୍ରୟାସର ପ୍ରଶଂସା କରିବା ସହ ଶକ୍ତି ସଂରକ୍ଷଣର ଅବଶ୍ୟକତା ଓ ଏହାର ଉପାୟ ପିଲାଙ୍କୁ ସଚେତନ ଦିଗରେ ନିଶ୍ଚୟ ସହାୟକ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଏହି ପ୍ରୟାସ ପିଲାଙ୍କ ସୃଜନଶୀଳତା ବିକାଶ କରିବାରେ ବେଶ୍ ପ୍ରଭାବ ପକାଇବ ବୋଲି ମଧ୍ୟ କହିଥିଲେ। ସିଏସଆର ମୁଖ୍ୟ ଶ୍ରୀ ସାହୁ ଟିପିଏନଓଡିଏଲର ବିଭିନ୍ନ ସିଏସଆର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ସାମଲ ଟିପିଏନଓଡିଏଲର ଏଭଳି ପ୍ରୟାସ ପିଲାଙ୍କୁ ଭବିଷ୍ୟତ ପାଇଁ ସଶକ୍ତ କରାଇବ ବୋଲି ଅଭିମତ ରଖିଥିଲେ। ତେବେ ଟିପିଏନଓଡିଏଲ ସିଇଓ ଭାସ୍କର ସରକାର ଟିପିଏନଓଡିଏଲ ସିଏସଆର ଟିମର ଲୋକାଭିମୁଖୀ କାର୍ଯ୍ୟପନ୍ଥାକୁ ପ୍ରଶଂସା କରିବା ସହ ଶିକ୍ଷା, ଉଦ୍ଯୋଗୀ, ସ୍ଵରୋଜଗାର, ନିଯୁକ୍ତି ଓ ମୌଳିକ ସେବା ଯୋଗାଇବା ଆଦି କାର୍ଯ୍ୟକ୍ରମଗୁଡିକ ଦିଗରେ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।
ଟିପିଏନଓଡିଏଲ୍ ପକ୍ଷରୁ ‘ଉର୍ଜ୍ଜା ମହୋତ୍ସବ’ ‘ଶକ୍ତି ସଞ୍ଚୟ କ୍ଷେତ୍ରରେ ପିଲାଙ୍କ ସୃଜନଶୀଳତା ବିକାଶକୁ ଗୁରୁତ୍ଵ’
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment