ବି ୟୁ ଏସ ସରକାରୀ ବିଦ୍ୟାପୀଠ କାକବୋରାଇରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

ବାଲେଶ୍ୱର,୨୧/୧/(ଲକ୍ଷ୍ମୀଧର ବାରିକ): ବି ୟୁ ଏସ ସରକାରୀ ବିଦ୍ୟାପୀଠ କାକବୋରାଇ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ ପାଳନ କରାଯାଇଛି। ଉକ୍ତ ଉତ୍ସବରେ ଶିକ୍ଷାବିତ୍ ସୁବଳକୁମାର ଦାସ ମଙ୍ଗରାଜ, ମୋ ସ୍କୁଲ ଅଭିଯାନ ର ସଭାପତି ବେଣୁଧର ଦାସ, ବିଦ୍ୟାଳୟର ଏସ ଏମ ସି ଚେୟାରମ୍ୟାନ ବିଦେଶୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗେଇ ଦେଇଥିବା ବେଳେ ବଡ଼ପାଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଇଂଜିନିୟର କମଳ ଲୋଚନ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହେମପ୍ରଭା ଅଗସ୍ତି ସଭାପତିତ୍ବ କରିଥିବା ବେଳେ, ବିଦ୍ୟାଳୟ ର ଖେଳ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ। ଉପସ୍ଥିତ ଅତିଥିମାନେ ଓଡ଼ିଆ ଭାଷା ଏବଂ ସାହିତ୍ୟ ଜଗତରେ ରାଜ୍ୟ ସରକାରଙ୍କର ଏଭଳି ଏକ ନିଆରା କାର୍ଯ୍ୟକ୍ରମ ବିପ୍ଳବ ଆଣିବ ବୋଲି ନିଜ ବକ୍ତବ୍ୟ ରେ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ କବିତା ପାଠ କରିଥିଲେ ଏବଂ ସାହିତ୍ୟ ସୃଜନୀ ସଂଯୋଜକ ରଂଜନ କୁମାର ସାହୁ ଧନ୍ୟବାଦ୍ ଦେବା ସହ କାର୍ଯକ୍ରମ କୁ ସଫଳ କରାଇବାର ମୁଖ୍ୟ ଭୂମିକା ନେଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ।

Post a Comment

Previous Post Next Post