ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫର ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ


ବରଗଡ଼ : (ଆଜତକ୍ ଓଡ଼ିଶା)  ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫର ବରଗଡ଼ ଜିଲ୍ଲା ପଦମପୁର ଠାରେ ଅନୁଷ୍ଠିତ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟି ସଦସ୍ୟ ଯଦୁମଣି ବଗର୍ତ୍ତିସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ଶ୍ରୀତୁରାଜ ନାଏକ ଯୋଗଦେଇ ଥିଲେ । ନିଶା ସେବନ କରିବାଦ୍ୱାରା ଆମ ଫୁସଫୁସ, ଯକୃତ, ହୃତ୍‌ପିଣ୍ଡ ଆଦି ସଂକ୍ରମିତ ହୋଇଥାଏ । କର୍କଟ ରୋଗ , ସ୍ଵାସ ରୋଗ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ବଢିଯାଏ । ତେଣୁ ଆମେ ନିଶା ସେବନ ଠାରୁ ଦୂରରେ ରହି ନିଶା ସେବନକୁ ନା କହିବା ଅତିଥି ମତପ୍ରକାଶ କରିଥିଲେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହୋଇ ଜନ ଆନ୍ଦୋଳନ ସୃଷ୍ଟି ହେଲେ ଏହା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରେ ଶିଶୁ ଓ ମହିଳା ବିକାଶ ସୋସାଇଟି ସଦସ୍ୟ ମାନେ ରାସ୍ତାରେ ପୋଷ୍ଟର ଓ ବେନର ଧରି ବିଭିନ୍ନ ଛକ , ବସଷ୍ଟାଣ୍ଡ, ବଜାର , ଜନଗହଳି ସ୍ଥାନ ମାନଙ୍କୁ ସଚେତନ କରିଥିଲେ । ଦୈନନ୍ଦିନ ଜୀଵନରେ ନିଶା ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଶିଶୁ ମାନଙ୍କୁ ଅବଗତ କରିଥିଲେ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଶିଶୁ ମାନଙ୍କୁ ନେଇ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ନିରଞ୍ଜନ ବିଶ୍ୱାଳ, ଗୋପେଶ ପଣ୍ଡା, ଅନ୍ତ ରାମ ନାରାୟଣ ଦାଶ , ସ୍ୱେଚ୍ଛାସେବୀ ରବି ପୁରୋହିତ, ଅନ୍ତର୍ଯ୍ୟାମୀ ବରିହା, ବିଶାଳ ବାଘ, ଗଗନ ପଟେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ପ୍ରଭାକର ଛନ୍ଦ ସାମଲ ପରିଚାଳନା କରିଥିବାବେଳେ ସଭ୍ୟ ହେମନ୍ତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post