ଖପ୍ରାଖୋଲ : ୧୧/୧୧ (ଗଣେଶ ଦାସ) ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଧଣ୍ଡାମୁଣ୍ଡା ରେ ସମ୍ବିଧାନିକ ସମ୍ମିଳନୀ ଖପ୍ରାଖୋଲ ବ୍ଲକ୍ ଓଷ୍ଟା ସଂଘ ତରଫରୁ ବ୍ଲକ ସମ୍ବିଧାନିକ ସମ୍ବିଳନି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖପ୍ରାଖୋଲ ବ୍ଲକ୍ ର ପ୍ରାୟସମସ୍ତ ମାଧ୍ୟମିକ ବିଦ୍ୟାଳୟରୁ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ତଥା ଶିକ୍ଷାକର୍ମଚାରୀ ଯୋଗ ଦେଇଥିଲେ । ମହରାପଦର୍ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନବକିଶୋର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ଜିଲ୍ଲା ସମ୍ପାଦକ କୁଶଧ୍ଵଜ ସାହୁ ଓ ଲୁହାସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରାଧାକାନ୍ତ ସୁଆର ମଞ୍ଚାସିନ ଥିବାବେଳେ ପର୍ଯ୍ୟବେକ୍ଷକ ଭାବେ ପାଟଣାଗଡ ବ୍ଲକ୍ ସମ୍ପାଦକ ସଞ୍ଜୀବ କୁମାର ହୋତା, ତୁରେକେଲା ବ୍ଲକ EC ସଭ୍ୟ ସୁରେନ୍ଦ୍ର କୁମାର ମହାନ୍ତି ଓ ବଙ୍ଗୋମୁଣ୍ଡା ବ୍ଲକ୍ ର ସମ୍ପାଦକ ପ୍ରସାନଦ ମହାପାତ୍ର ଯୋଗ ଦେଇଥିଲେ ।
ସର୍ବ ସମ୍ମତିରେ ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୋପାଳ ବେହେରା ଙ୍କୁ ବ୍ଲକ୍ ସଭାପତି, ଉପସଭାପତି ଭାବେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଝରଣା କର ଓ ବାଘମୁଣ୍ଡ ଉଚ୍ଚ ବିଦ୍ୟାଳୟର ଦିଲ୍ଲୀପ ମେହେର , ଧଣ୍ଡାମୁଣ୍ଡା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଅଜେୟ କୁମାର ଭୋଇ ବ୍ଲକ ସମ୍ପାଦକ, ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଐଶ୍ୱର୍ଯ୍ୟ ଶେଖର ଦେବତାଙ୍କୁ ଯୁଗ୍ମ-ସମ୍ପାଦକ ଓ ଲୁହସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ନିୟତି ସାହୁ ଯୁଗ୍ମ-ସମ୍ପାଦିକା, ରାଜ୍ୟ ପରିଷଦ ସଭ୍ୟ ଭାବେ ନବରତ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ, ଜିଲ୍ଲାପରିଷଦ ସଭ୍ୟ ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାନପୁର ର ମନୋଜ କୁମାର ବାରିକ, ଭାଲୁଡୁଙ୍ଗୁରି ଉଚ୍ଚ ବିଦ୍ୟାଳୟ ର ଚିତ୍ତରଞ୍ଜନ ସାହୁ, ମାଟିଆଭଟା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି ଓ ସରେଇବାହଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ପ୍ରଧାନଙ୍କୁ ନିର୍ଦ୍ଵନ୍ଦରେ ମନୋନୀତ କରାଗଲା ଏବଂ ଆମନ୍ତ୍ରିତ ଅତିଥି ମାନଙ୍କ ଉପସ୍ଥିତି ରେ ନୂତନ ଭାବେ ମନୋନୀତ ପଦାଧିକାରୀଙ୍କୁ ଦାଇତ୍ୱ ଅର୍ପଣ କରିବା ସହିତ ଶପଥ ପାଠ କରାଯାଇ ଥିଲା । ସମସ୍ତେ ନିସ୍ୱାର୍ଥପର ଭାବେ ନିଜ ଦାଇତ୍ୱ ତୁଲାଇବାକୁ ଶପଥ ଗ୍ରହଣ କରିଥିଲେ । ଖପ୍ରାଖୋଲ ଓଷ୍ଠା ସଂଘକୁ ଆହୁରି ସୁଦୃଢ କରିବାକୁ ସମସ୍ତେ ନିଜ ବକ୍ତବ୍ୟରେ ଉପସ୍ଥିତ ଶିକ୍ଷକ କର୍ମଚାରୀଙ୍କୁ ଆହ୍ଵାନ ଦେଲେ । ଶ୍ରୀଯୁକ୍ତ ସୁଆର ଙ୍କୁ ବ୍ଲକ୍ ଉପଦେଷ୍ଟା ଭାବେ ମନୋନୀତ କରାଗଲା । ଏହି କାର୍ଯ୍ୟକୁ ଶିକ୍ଷକ କୃଷ୍ଣଧର ପାତ୍ର, ରଥ ଗୁରୁ, ଉସତ ଗଡତୀଆ, ଡୋଳାମଣି ପଧାନ,ଗୌର ମାଝୀ, ନିହାରରଞ୍ଜନ ବେହେରା, ପ୍ରାଣବନ୍ଧୁ ସାହୁ ଙ୍କ ସମେତ ଅନ୍ୟ ସମସ୍ତ ଉପସ୍ଥିତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ବାଘମୁଣ୍ଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Post a Comment