ସିନାପାଲି ଠାରେ ବିଜେପି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି


ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ମଣ୍ଡି ପ୍ରାଙ୍ଗଣ ରେ ଭାରତୀୟ ଜନତା ପାର୍ଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ତା :୧୬/୧୧/୨୩ ରିଖ ଦିନ ରାଜ୍ୟ ସରକାର ଙ୍କ ଦୁର୍ନୀତି, ଭ୍ରଷ୍ଟାଚାର,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ଯୋଗ୍ୟ ହିତାଧିକାରୀ ବାଦ ପଡିବା, ଏମ ଜି ଏନ ଆର ଜି ଏସ ରେ ବ୍ୟାପକ ଅନିୟମିତତା, ମରୁଡି ଘୋଷଣା, ପାନୀୟ ଜଳ ଯୋଗାଣ, ଜଳ ସେଚନ ର ବ୍ୟବସ୍ଥା, ଏଭଳି ଅନେକ ସମସ୍ୟା ର ସମାଧାନ ପାଇଁ ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ବିଜେପି ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର ଙ୍କ ନେତୃତ୍ୱ ରେ ସିନାପାଲି ମଣ୍ଡି ପ୍ରାଙ୍ଗଣରେ ଏକ ବୈଠକଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ହିତେଶ କୁମାର ବଗର୍ତ୍ତୀ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶିବପ୍ରସାଦ ମୁଣ୍ଡ,ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବିଶିଷ୍ଠ ଶିକ୍ଷାବିତ ପ୍ରେମ ସିନ୍ଧୁ ହେର୍ଣ୍ଣା, ସମଲେଇ ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ମେହେର, ବୁଢାଦେଓ ମଣ୍ଡଳ ସଭାପତି ନରହରି ହଂସ, ଉଦନ୍ତୀ ମଣ୍ଡଳ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ପୁସ୍ତମ ମଶ୍ରା, ସାଧାରଣ ସମ୍ପାଦକ ଉଦନ୍ତୀ ମଣ୍ଡଳ କୋଦଣ୍ଡ ରାଉତରାୟ, ପ୍ରେମଲାଲ।ନାଏକ, ପୂର୍ବତନ ମଣ୍ଡଳ ସଭାପତି ସତୀଶ ଚନ୍ଦ୍ର ଯୋଶୀ, ଉଜ୍ବଳ ହଂସ, ବିଶିଷ୍ଠ ସମାଜ ସେବୀ ଅମିତ ଜୈନ, ଟଙ୍କଧର ବନ୍ଦିଛୋର ପ୍ରମୁଖ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

Post a Comment

Previous Post Next Post