ଖପ୍ରାଖୋଲ : ୦୫/୧୧ (ଗଣେଶ ଦାସ) ପ୍ରତି ବର୍ଷ ହଜାର ହଜାର ଦାଦନ ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ବେଲେ ସେଠାରେ ନିର୍ଯାତନାର ଶିକାର ହୋଇଥାନ୍ତି । ଗତ କିଛି ଦିନ ତଳେ ଜିଲ୍ଲା ପୋଲିସ ବିଭାଗ ତରଫରୁ ଲାଠୋର ଥାନା ଅଞ୍ଚଲରୁ ଦାଦନ ଶ୍ରମିକ ମିଶନ ଉଦ୍ଧାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଶ୍ରମ ଅଧିକାରୀ,ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ଗୁରୁତ୍ୱ ଦେଇ ଶ୍ରମିକ ମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ପାଇଁ ଗଲେ ପଞ୍ଜିକୃତ ଥିବା ସର୍ଦାର ସାଥିରେ ଯିବାପାଇଁ କହିଥିଲେ । କାହିଁକି ନା ଅଣ ପଞ୍ଜିକୃତ ସର୍ଦାର ସହିତ ଗଲେ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ।ଅଣ ପଞ୍ଜିକୃତ ଦାଦନ ସର୍ଦାରମାନେ ସିଧା ସଳଖ ପୋଲିସ କୁ ଖୁଲମ ଖୁଲା ଚାଲେଞ୍ଜ କରି ଦାଦନ ଚାଲାଣ କରୁଥିବା ଜଣା ପଡିଛି । ଶନିବାର ବିଶେଷ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ୧୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛନ୍ତି । ତା ମଧ୍ୟରେ ୩ ଜଣ ମହିଳା ଏବଂ ୩ ଜଣ ନାବାଳକ ଥିବା ଜଣା ପଡିଛି । ବେଆଇନ ଭାବେ ଚୋରା ଚୋରି କରି ନେଉଥିବା ଦମାଇପାଲି ଗ୍ରାମର ଦାଦନ ସର୍ଦାର ନକୁଳ କୁମ୍ଭାର ଏବଂ ଡ୍ରାଇଭର ରଞ୍ଜିତ ପଟେଲ କୁ ଗିରଫ କରି ତା ବିରୁଦ୍ଧରେ ଖପ୍ରାଖୋଲ ଥାନା କେସ ନମ୍ବର ୨୨୦/୨୩ , ଭାରତୀୟ ପେନାଲ କୋର୍ଟର ଧାରା U/S ୩୭୦/୩୭୪/୪୨୦/୧୨୦ (B) ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ସର୍ଦାର ଏବଂ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରି ଶ୍ରମିକ ମାନଙ୍କୁ ନିଜ ନିଜ ଗ୍ରାମକୁ ପଠେଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Post a Comment