ୱାଇଜ୍ ମ୍ୟାନ୍ କ୍ଲବ ଓ ୟଙ୍ଗ୍‌ ମ୍ୟାନ୍‌ ଖ୍ରୀଷ୍ଟିଆନ୍‌ ଆସୋସିଏସନ୍ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର


ବାଲେଶ୍ବର,୪/୧୧(ଲକ୍ଷ୍ମୀଧର ବାରିକ): କଟକ ୱାଇଜ୍ ମ୍ୟାନ୍ କ୍ଲବ ଓ ୟଙ୍ଗ୍‌ ମ୍ୟାନ୍‌ ଖ୍ରୀଷ୍ଟିଆନ୍‌ ଆସୋସିଏସନ୍ ବାଲେଶ୍ବର ମିଳିତ ଆନୁକୂଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ସଦର ନିର୍ବାଚନ ମଣ୍ତଳୀ ପରିଖି ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ସ୍ବରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୧୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବିନା ମୂଲ୍ୟରେ ଔଷଧ ପ୍ରଦାନ କରାଯାଇଥିଲା। ଆସୋସିଏସନ୍‌ର ସଭାପତି ସଞ୍ଜୟ କୁମାର ମହାପାତ୍ର, ସଂପାଦକ ଶବିନୟ ବେହେରାଙ୍କ ସମେତ ଦନ୍ତ ଚିକିତ୍ସକ ଡା. ପ୍ରଭାତ ମିଶ୍ର, ଭେଷଜ ଡା. ଅଳକା ରଥ, ସାଇନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟରୁ ଚିକିତ୍ସକ ଏଥିରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଖି ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ରାଉତ, ସମିତିସଭ୍ୟ ରାମ ସିଂ, ବସନ୍ତ କୁମାର ପଣ୍ଡା, ସଦାନନ୍ଦ କର, ଜଗନ୍ନାଥ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post