ନୂଆପଡ଼ା (ପରମେଶ୍ୱର ମେହେର) ମହିଳା ଏବଂ ଯୁବ ସଶକ୍ତି କରଣ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ,ମାତ୍ରାଧିକ ପରିମାଣରେ ବ୍ଲକ ର ଅନେକ ଗ୍ରାମରେ ମଦକୋଠୀ ବୃଦ୍ଧି ଯୋଗୁଁ ମଦୁଆମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡିଛନ୍ତି ମହିଳା ମାନେ।କ୍ରମାଗତ ଭାବରେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ମହିଳା ମାନେ ବୋଡ଼େନ ଥାନାରେ ଅନେକ ଥର ଲିଖିତ ଅଭିଯୋଗ ଦେଉଛନ୍ତି।ପୂର୍ବରୁ ଫରସରା ର ମହିଳା ମାନେ ଅଭିଯୋଗ ଦେଇ ସଫଳ ହୋଇଥିବା ବେଳେ,ଏହି ସଫଳତାର ପ୍ରତିଫଳନରେ ଉତ୍ସାହିତ ହୋଇ ସେହି ପଞ୍ଚାୟତର ପୁଟୁପଡ଼ା ଏବଂ ସର୍ଗିଗୁଡ଼ା ର ମହିଳାମାନେ ଅଣ୍ଟାଭିଡିଛନ୍ତି।ମହିଳା ମାନଙ୍କ ଅଭିଯୋଗ ଅନୁସାରେ ବେଆଇନ ଭାବରେ ମଦଭାଟି ଓ ବିଦେଶୀ ମଦଦୋକାନ ର କର୍ମଚାରୀ ମାନେ ଦିନ ଦୁଇ ପ୍ରହରରେ କାହାକୁ ଖାତିର ନକରି କୋଟି କୁ କୋଠୀ ମଦ ପହଞ୍ଚାଉଛନ୍ତି। ଏ ସମ୍ପର୍କରେ ଗ୍ରାମର ମାଦକୋଠୀ ମାଲିକ କୁ ମଦ ବନ୍ଦ କରିବା ପାଇଁ ବାରମ୍ବାର ଶାନ୍ତି ପୂର୍ଣ୍ଣ ଭାବରେ ବୁଝାଇବା ପରେ ମଧ୍ୟ କର୍ଣ୍ଣପାତ ନକରି ଓଲଟା ମହିଳା ମାନଙ୍କୁ ନାଲି ଆଖି ଦେଖେଇବା ସହ ଗାଳିଗୁଲଜ କରି ଘର ପାଖରେ ମଦକୋଠି ଥିବାରୁ ବେଧଡକ ମଦ ପିଇ ମଦୁଆ ମାନେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି।ବର୍ତ୍ତମାନ ଦେଖିବାକୁ ବାକି ରହିଲା ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଭଳି ରଣନୀତି ଗ୍ରହଣ କରୁଛନ୍ତି ପୋଲିସ ଏବଂ ଅବକାରୀ ବିଭାଗ।

Post a Comment