ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାର ୫ଟି ବ୍ଲକ୍ ର ୧୩୧ଟି ପଞ୍ଚାୟତର ଉନ୍ନତି ପାଇଁ ୬୫କୋଟି ୫୦ଲକ୍ଷ୍ୟ ବ୍ୟୟରେ ୧, ୫୬୫ଟି ଉନ୍ନୟନମୂଳକ ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଆଜି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାଇସ୍କୁଲ ପଡ଼ିଆରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସିନାପାଲି ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିବାର ଥିଲା। ମାତ୍ର ବୈଷୟକ ଜ୍ଞାନକୌଶଳର ତ୍ରୁଟି ଯୋଗୁଁ ତାହା ସମ୍ଭବ ହୋଇପାରିନଥିଲା। ତେବେ, ବ୍ଳକର ୨୭ଟି ପଞ୍ଚାୟତର ୪୦୯ଟି ପ୍ରକଳ୍ପ ପାଇଁ ୧୩ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର କରାଯାଇଥିବା ଘୋଷଣା କରାଯାଇଥିଲା । ଉକ୍ତ ପାଣ୍ଠିରେ ଅଞ୍ଚଳର ଶିକ୍ଷା, ସଂସ୍କୃତି, ପରମ୍ପରା ଭଳି ବହୁବିଧ ଉନ୍ନତି କରାଯିବ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମରେ ବିଡିଓ ସର୍ବେଶ୍ଵର ଜାଲଙ୍କ ସମେତ ସମସ୍ତ ବିଭାଗୀୟ ଅଧକାରୀ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଜନପ୍ରତିନିଧି,ଜିପିଓ ପ୍ରେମଲାଲ ନାଏକ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମୀନା ଘିଭେଲା, ଜିଲାପରିଷଦ ସଦସ୍ୟା ଆଶା ଜୈନ, ଯାଜ୍ଞସେନୀ କଟା, ପୁଷ୍ପାଞ୍ଜଳି ଗୁଆଳ, ସରପଞ୍ଚ ସଂଘ ସଭାପତି ଖୁଟୁରାମ ସୁନାନୀ, ସରପଞ୍ଚ ମଦନ ଦଣ୍ଡସେନା, ବୀରେନ୍ଦ୍ରଖମାରୀ, ବିରଞ୍ଚି ଜଗତ,ହେମନ୍ତ ଖମାରୀ,ପର୍ଶୁରାମ କହଁର,ମିନାକ୍ଷି ମିଶ୍ର,ଅଜିତ ମେହେର,ଦିଲୀପ କର ସୁନିତା ମେହେର, ଜଗଦୀଶ ମାଝି, ଉଦିତ ପ୍ରତାପ ଜ୍ୟୋତି ଙ୍କ ସମେତ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ଥିଲେ।

Post a Comment