ବାଲେଶ୍ୱର,୧୧/୧୧(ଲକ୍ଷ୍ମୀଧର ବାରିକ): ଗୋଆର ପାଞ୍ଜିମ୍ ଠାରେ ନିକଟରେ ଶେଷ ହୋଇଥିବା ୩୭ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ରୌପ୍ୟ ବିଜୟୀ ଓଡ଼ିଶା ଦଳରେ ଅଂଶଗ୍ରହଣ କରିଥିବା ବାଲେଶ୍ୱରର ଖୋ-ଖୋ ଖେଳାଳିଙ୍କୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । କୋଚ ମଳୟ ରଞ୍ଜନ ବେହେରାଙ୍କୁ ମଧ୍ଯ ଜିଲ୍ଲାପାଳ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତତ୍ସହିତ ଜିଲ୍ଲାପାଳ ପ୍ରତ୍ୟେକ କ୍ରୀଡାବିତଙ୍କୁ ୧୦,୦୦୦/- ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶିର ଚେକ୍ ପ୍ରଦାନ କରିଛନ୍ତି। ଖୋ-ଖୋ ଖେଳ ପାଇଁ ବାଲେଶ୍ୱର ସହରରେ ଉନ୍ନତ ମାନର ପଡିଆ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ଅର୍ଥ ଓ ଅନ୍ୟ ସହାୟତା ଯୋଗାଇ ଦେବାକୁ ଶ୍ରୀ ଶିନ୍ଦେ କ୍ରୀଡାବିତ ଓ କ୍ରୀଡ଼ା ସଂଘର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଙ୍ଘର କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର, ଜିଲ୍ଲା କ୍ରୀଡ଼ାସଙ୍ଘର ଖୋ-ଖୋ ଯୁଗ୍ମ ସମ୍ପାଦକ ତଥା ଓଡ଼ିଶା ଖୋ-ଖୋ ସଂଘର ସହ ସମ୍ପାଦକ କାର୍ତିକ ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡ଼ା ସଙ୍ଘର ଅବୈତନିକ ସାଧାରଣ ସମ୍ପାଦକ ଅଧିପ ଦାସ ତଥା କ୍ରୀଡ଼ାସଙ୍ଘର କର୍ମକର୍ତ୍ତା, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଇ କୃଷ୍ଣ ଜେନା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏଠାରେ ସୂଚନା ଥାଉ କି, ମହିଳା ଦଳରେ ବାଲେଶ୍ୱରରୁ ୪ଜଣ କ୍ରୀଡ଼ାବିତ ଓ ପୁରୁଷ ଦଳରେ ୩ଜଣ କ୍ରୀଡ଼ାବିତ ଭାଗ ନେଇଥିଲେ । ତନ୍ମଧ୍ୟରେ ଅଛନ୍ତି ସାବିଲା ଖାତୁନ୍, ପ୍ରିୟଙ୍କା ସିଂ, ରଂଜିତା ବାରିକ, ଚମ୍ପା ମାଝି, ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ ଓ ସିଦେସ୍ୱର ଟୁଡୁ । ଫାଇନାଲରେ ପୁରୁଷ ଦଳ ମହାରାଷ୍ଟ୍ର ଠାରୁ ୭୨-୨୬ ପଏଣ୍ଟରେ ପରାସ୍ତ ହୋଇଥିବା ବେଳେ ମହିଳା ଦଳ ମହାରାଷ୍ଟ୍ର ଠାରୁ ୪୬-୪୦ ପଏଣ୍ଟରେ ପରାସ୍ତ ହୋଇଥିଲା ।

Post a Comment