ରାଜ୍ୟସ୍ତରୀୟ ପରବ ଉତ୍ସବ ପାଇଁ ପ୍ରସ୍ତୁତି, ବୋରିଗୁମ୍ମାରୁ ହେବ ଶୁଭାରମ୍ଭ


କୋରାପୁଟ (ଆଜତକ୍ ଓଡ଼ିଶା) କୋରାପୁଟରେ ଚଳିତବର୍ଷ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ପରବ ଉତ୍ସବ ନେଇ ପ୍ରସ୍ତୁତି ବୈଠକ । ଚଳିତ ମାସ ୨୬ ତାରିଖରେ ପରବ ଉତ୍ସବର ଶୁଭାରମ୍ଭ କରାଯିବ । ଚଳିତ ଥର ବୋରିଗୁମ୍ମାସ୍ଥିତ ଭୈରବ ମନ୍ଦିରରେ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଉଦଘାଟନ ହେବ ।ଆସନ୍ତା ୨୬ ତାରିଖରେ ବୋରିଗୁମ୍ମାରୁ ପରବ ଉତ୍ସବର ଶୁଭାରମ୍ଭ କରାଯିବ । ଏନେଇ ଜିଲ୍ଲା ପରିଷଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି । ସେହିପରି ଚଳିତ ବର୍ଷ ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ କୋରାପୁଟରେ ତିନିଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ପରବ ଉତ୍ସବ ଅନୁଷ୍ଠିତ ହେବ । ତେବେ ଅନୁଷ୍ଠିତ ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ।ଚଳିତ ମାସ ୨୬ ତାରିଖରେ ବୋରିଗୁମ୍ମାରେ ପରବ ଉତ୍ସବ ଆରମ୍ଭ ହେବ । ପ୍ରାରମ୍ଭିକ ଉତ୍ସବର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରୀଡ଼ା, ସଂସ୍କୃତି, ଚିତ୍ରକଳା, ପର୍ବତାରୋହଣ ଭଳି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପୂର୍ବ ଭଳି କୋରାପୁଟ ସରକାରୀ ମହାବିଦ୍ୟାଳୟର ପଡ଼ିଆରେ ତିନିଦିନିଆ ପରବ ଉତ୍ସବ ପାଳିତ ହେବ । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉତ୍ସବ ସମୟରେ ଟ୍ରାଫିକ ବ୍ୟବସ୍ଥାର କିପରି ସୁପରିଚାଳନା କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।ସେହିପରି ଶାବର ଶ୍ରୀକ୍ଷେତ୍ରକୁ ୫୦ ବର୍ଷ ପୁରୁଥିବାରୁ ଜଗନ୍ନାଥ ମନ୍ଦିରର ଅବିକଳ ପ୍ରତିକୃତି ପରବର ମୁଖ୍ୟ ଉତ୍ସବ ପଡ଼ିଆରେ ସ୍ୱାଗତ ତୋରଣ ନିର୍ମାଣ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଆୟୋଜିତ ବୈଠକରେ କୋରାପୁଟ ଏସ୍‌ପି ଅବିନଭ ସୋନକାର, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ପ୍ରମୁଖ ଉପସ୍ଥିତ ରହିଥିଲ‌େ । ପ୍ରକାଶ ଥାଉକି, 1996ରେ ଜିଲ୍ଲାରେ ଜିଲ୍ଲା ଉତ୍ସବ ଭାବେ ଆରମ୍ଭ ହୋଇଥିବା ପରବ ଉତ୍ସବକୁ ରାଜ୍ୟସ୍ତରୀୟ ମାନ୍ୟତା ଦିଆଗଲା ପରେ ଏହାକୁ ନଭେମ୍ବେର ମାସ ୧୭ରୁ ୧୯ ତାରିଖ ଯାଏଁ ପାଳନ ହେଉଥିଲା । କିନ୍ତୁ ଏତେ ବର୍ଷ ପରେ ବି ପରବ ପାଇଁ ଏକ ସ୍ଥାୟୀ ପଡିଆ କିମ୍ବା ତାରିଖ ନିର୍ଦିଷ୍ଟ ରହୁ ନଥିବା ଯୋଗୁଁ ଏହି ଉତ୍ସବର ଗୁରୁତ୍ୱ ପର୍ଯ୍ୟଟକଙ୍କ ମଧ୍ୟରେ ବୃଦ୍ଧି ପାଇପାରୁ ନଥିବା ଅଭିଯୋଗ ହୋଇଛି ।

Post a Comment

Previous Post Next Post