ନୂଆପଡ଼ା (ପ୍ରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ଜୋଙ୍କ ପରକୋଡ଼ ଗାଁରେ ଚାଷ କାମ କରିବା ବେଳେ ଅଘଟଣ ଘଟିଛି । ସେଠି ବିଦ୍ୟୁତ ସଂସ୍ପର୍ଶରେ ସ୍ଵାମୀ ଓ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ବାମୀ ରାମେଶ୍ୱର ରାଉତ(୩୯) ଓ ସ୍ତ୍ରୀ ବିମଲା ରାଉତ(୩୫) । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛି । ଆଜି ପୂର୍ବାହ୍ନରେ ପରକୋଡ଼ ଗାଁର ରାମେଶ୍ୱର ଓ ସ୍ତ୍ରୀ ବିମଲା ନିଜ ଚାଷ ଜମିକୁ ଚାଷ କାମ ପାଇଁ ଯାଇଥିଲେ । ଚାଷ ଜମି ନିକଟରେ ଜାତୀୟ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଏକ ଚେକ ଡେମ ତିଆରି ହୋଇଛି । ଏହି ଚେକ ଡେମରୁ ମୋଟର ସାହାଯ୍ୟରେ ପାଣି ଉଠାଇ ଚାଷ କରୁଥିଲେ । ତେବେ ମୋଟରରେ ବିଦ୍ୟୁତ ସଂଯୋଗ ହୋଇଛି । ଆଜି ମଧ୍ୟାହ୍ନରେ ରାମେଶ୍ଵର ଓ ସ୍ତ୍ରୀ ଚେକ ଡେମ ଭିତରେ ପଡିଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ସେଠାରେ ଗାଁର ଯୁବକ ମାନେ ମୋଟରରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ସ୍ଵାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ସ୍ବାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖରିଆରରୋଡ଼ ପିଏଚସିରେ ଭର୍ତ୍ତି କରିଥିଲେ । ସେଠାରେ ସ୍ଵାମୀ ଓ ସ୍ତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ଆରମ୍ଭ ହୋଇଛି । ଏନେଇ ଜୋଙ୍କ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି ।

Post a Comment