ବୃଦ୍ଧ ର ଗଳିତ ମୃତ ଦେହ ବଣ ଭିତରୁ ଠାବ


ବସ୍ତା , ୨୮/୧୦ (ପ୍ରଭାକର ମଲ୍ଲିକ) ବସ୍ତା ଥନା ଅନ୍ତର୍ଗତ ଗାନ୍ଧିଛକ ଅନତି ଦୂର ବାଉଁଶମୁଖା ପୋଲ ନିକଟସ୍ଥ ଗଛ ମୂଳରେ ବୃଦ୍ଧ ର ଗଳିତ ମୃତ ଦେହ ଠାବ ହୋଇଛି । ସୂଚନାରୁ ପ୍ରକାଶ ଆଜି ସକାଳ ବିଲ ରେ କାମ କରିବା ପାଇଁ ଜୈନିକ ବ୍ୟକ୍ତି ଯାଇଥିବା ବେଳେ ମୃତ ଦେହ ଦେଖିବାକୁ ପାଇଥିଲେ । ମୃତ ର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକର ପରିଚୟ ମିଳିନାହିଁ । ଗଳିତ ମୃତ ଦେହଟି ଫୁଲି ଦୁର୍ଗନ୍ଧ ବାହାରୁଥିବାରୁ ମୃତ ଦେହ ଟି ୩/୪ ଦିନ ତଳର ହୋଇଥିବା ବୋଲି ଅନୁମାନ କରାଯାଉଛି । ବୃଦ୍ଧ କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ପୋଲିସ ର ତଦନ୍ତ ପରେ ଫିଟିବ ଗଳିତ ମୃତ ଦେହର ରହସ୍ୟ ।

Post a Comment

Previous Post Next Post